OnaKhabar

ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ନରସିଂହଙ୍କ ଆଲୋଚନା : ଜନସ୍ୱାସ୍ଥ୍ୟ ବିଭାଗ ପାନୀୟ ଜଳ ଯୋଗାଇଦେବା ପାଇଁ ବିଶେଷ ଯତ୍ନବାନ ହେଉ-ନରସିଂହ

17

ବଲାଙ୍ଗିର,(ଦେବାଶିଷ ମିଶ୍ର)- ବଲାଙ୍ଗିର ସହରରେ ·ଲିଥିବା ବିିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଜି ସ୍ଥାନୀୟ ପ୍ରକଳ୍ପ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ମାନ୍ୟବର ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ଏକ ସବିଶେଷ ଆଲୋଚନା ହୋଇଥିଲା । ଏହି ସମିକ୍ଷାରେ ଜିଲ୍ଲାପାଳଙ୍କ ସମେତ ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଟ୍ରାନ୍ସପୋର୍ଟ ମେନେଜର, କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସେମାନଙ୍କ ବିଭାଗରେ ·ଲିଥିବା ପ୍ରକଳ୍ପ ଗୁଡିକର ସ୍ଥିତି ଓ ଅଗ୍ରଗତି ସଂପର୍କରେ ବିଧାୟକ ନରସିଂହ ମିଶ୍ରଙ୍କୁ କହିଥିଲେ । ବୈଠକର ଆରମ୍ଭରେ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟରେ ଶ୍ରୀ ମିଶ୍ର ଘୋର ଅସନ୍ତୋଷବ୍ୟକ୍ତ କରିବା ସହ ଜନସ୍ୱାସ୍ଥ୍ୟ ବିଭାଗ ଲୋକଙ୍କ ସହିତ ଲୁକ୍ଲୁକାନି ଖେଳୁଛି ବୋଲି କହିଥିଲେ । ଦୁଇ ବର୍ଷ ପୂର୍ବେ ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଯନ୍ତ୍ରୀ ବଲାଙ୍ଗିର ୨୧ଟି ୱାର୍ଡକୁ ୨୧ଟି ଟେଙ୍କର ଯୋଗେ ପିଇବା ପାଣି ଯୋଗାଇବା ବ୍ୟବସ୍ଥା କରିବାକୁ ସହମତି ପ୍ରଦାନ କରିଥିଲେ ମଧ୍ୟ ନିର୍ବାହୀଯନ୍ତ୍ରୀ କାହିଁକି ବଲାଙ୍ଗିର ଲୋକଙ୍କୁ ପାଣି ଦେଇପାରୁନାହାନ୍ତି ସେ ଉପରେ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ ଏବଂ ଲୋକଙ୍କୁ ପିଇବା ପାଣି ବଲାଙ୍ଗିରର ବିଭିନ୍ନ ଅଞ୍ଚଳକୁ ପାଇପ ଯୋଗେ ନ ଯୋଗାଇବା ପର୍ଯ୍ୟନ୍ତ ଟେଙ୍କର ଯୋଗେ ପାଣି ଯୋଗାଇବା କାମ ଜିଲ୍ଲା ପ୍ରଶାସନ ଏବଂ ଜନସ୍ୱାସ୍ଥ୍ୟ ବିଭାଗ କରୁ ବୋଲି ନିର୍ଦ୍ଦେଶ ଦେଇଥିଲେ ।
ପରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପ କାମ ଉପରେ ସବିଶେଷ ବିବରଣୀ ପ·ରିଥିଲେ । ଜବରଦଖଲ ଥିବା କରଙ୍ଗାକଟା ଆଡି ତଥା ପୃଥ୍ୱୀରାଜ ହାଇସ୍କୁଲ ଷ୍ଟାଡିୟମର ପାଚେରୀ ପାଇଁ ଅସୁବିଧା ହେଉଥିବା ଜବରଦଖଲ ଉଚ୍ଛେଦ ବାବଦରେ ପ·ରି ବୁଝିଥିଲେ । ବର୍ଷା ଯୋଗୁଁ ଧୋଇ ହୋଇଥିବା ରାସ୍ତା ଘାଟର ମରାମତି ଶିଘ୍ର କରିବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେବା ସହ ଆଉ କିଛି ରାସ୍ତା ଯାହାକି ମ୍ୟୁନିସିପାଲିଟି ଅଧିନରେ ଅଛି ତାହା ପୂର୍ତ୍ତ ବିଭାଗ ଅଧିନକୁ ନେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗିର ସଂଲଗ୍ନ ଜାତୀୟ ରାଜପଥ ଅଗଷ୍ଟ ମାସ ବନ୍ୟା ଯୋଗୁଁ ଖରାପ ହୋଇଥିବାରୁ ତାର ମରାମତି ଶିଘ୍ର କରିବାକୁ ଶ୍ରୀ ମିଶ୍ର ଉପସ୍ଥିତ ଥିବା ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହରରେ ଟ୍ରାଫିକ ସମସ୍ୟା ଉତ୍କଟ ହେଉଥିବାରୁ ତଥା ଉଠା ଦୋକାନି ତଥା ପରିବା ବିକାଳିଙ୍କ ପାଇଁ ଆଉ ଗୋଟିଏ ଡେର୍ଲିମାର୍କେଟର ବ୍ୟବସ୍ଥା ସାପ୍ତାହିକ ହାଟ ଠାରେ କରିବାକୁ ସଭାରେ ସ୍ଥିର ହୋଇଥିଲା ଏବଂ ଡେର୍ଲି ମାର୍କେଟ ସଂଲଗ୍ନ ଶାରଦେଶ୍ୱରୀ ଆୟୁର୍ବେଦି ଡାକ୍ତରଖାନା ଏବଂ ରାଣୀବନ୍ଧ ମଧ୍ୟରେ ଥିବା ଖାଲି ଜାଗାକୁ ଦୈନିକ ବଜାର ତଥା ଟ୍ରାଫିକ ପାଇଁ ବ୍ୟବହାର କରିବା ପାଇଁ ବୈଠକରେ ସ୍ଥିରୀକୃତ ହୋଇଥିଲା । ବୈଠକରେ ଉପସ୍ଥିତ ଥିବା ଜିଲ୍ଲା ପରିବହନ ଅଧିକାରୀ ଟ।।ଉନ ପ୍ଲାନିଂର ବିନା ଅନୁମତିରେ ସରକାରୀ ବସଷ୍ଟାଣ୍ଡ ଠାରେ ବ୍ୟବସାୟିକ ଦୋକାନ ଗୃହ ନିର୍ମାଣ କରାଇଥିବାରୁ ବିଧାୟକ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ବଲାଙ୍ଗିରରେ ଅର୍ଦ୍ଧ ନିର୍ମିତ ଥିବା ସୁପର ମାର୍କେଟକୁ ପୁନଃନିର୍ମାଣ କରାଇବା ତଥା ଦେବୋତ୍ତର ସମ୍ବନ୍ଧୀୟ ସମସ୍ୟା ଏବଂ ତାର ଅଧିନରେ ଥିବା ଦୋକାନ ଗୃହ ଗୁଡିକ ଥିବା ବ୍ୟବସ୍ଥା ସଂପର୍କରେ ଆଗାମୀ ସପ୍ତାହରେ ଏକ ବୈଠକର ବ୍ୟବସ୍ଥା କରିବାକୁ ବିଧାୟକ ଶ୍ରୀ ମିଶ୍ର ଉପଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କଚେରୀ ଛକରେ ଥିବା ଫଳଦୋକାନୀମାନଙ୍କ ପାଇଁ ଉପଜିଲ୍ଲାପାଳଙ୍କ ସରକାରୀ ବାସଭବନ ପଛ ପଟେ ଥିବା ଖାଲି ଜାଗାରେ ଭେଣ୍ଡିଂ ଜୋନ କରିବାକୁ ନିଷ୍ପତ୍ତି ହେବା ସହ ସେ ଜାଗାରେ ଫଳ ଦୋକାନିମାନଙ୍କୁ ବ୍ୟବସ୍ଥିତ ନ କରିବା ପର୍ଯ୍ୟନ୍ତ ଫଳ ଦୋକାନୀମାନଙ୍କୁ ଉଚ୍ଛେଦ ନ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ଥିବା ଆରକ୍ଷୀ ଅଧିକ୍ଷକଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ଆଲୋଚନା ହେବା ସହ ସହରରରେ ·ଲିଥିବା କ୍ରମବର୍ଦ୍ଧିଷ୍ଣୁ ଅସମାଜିକ କାର୍ଯ୍ୟ, ନିଶା କାରବାର ବିରୁଦ୍ଧରେ କଡା ପଦକ୍ଷେପ ନେବାକୁ ଆରକ୍ଷୀ ଅଧିକ୍ଷକଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଲକ୍ଷ୍ମୀଯୋର ପ୍ରକଳ୍ପ, ହାତିଶାଳ ପଡା ବ୍ରିଜ ତଥା ଅଗଷ୍ଟ ବନ୍ୟାରେ ନଷ୍ଟ ହୋଇଥିବା ରାସ୍ତାଘାଟର ପୁନଃନିର୍ମାଣ ଯେପରି ଶିଘ୍ର ହୋଇପାରିବ ସେ ଉପରେ ଅଧିକାରୀମାନେ ସହୃଦୟତା ସହ କାମ କରନ୍ତୁ ବୋଲି କହିବା ସହ ବୈଠକ ସମାପ୍ତ ହୋଇଥିଲା ।