OnaKhabar

ଘରେ କେହି ନଥିବାର ସୁଯୋଗ ଦେଖି ଝିଆରୀକୁ ଦୁଷ୍କର୍ମ କଲା ପିଉସା

80

ଉଦଳା: ଦିନକୁ ଦିନ ଝିଅ ମାନଙ୍କ ପ୍ରତି ଦୁଷ୍କର୍ମ ,ଅତ୍ୟାଚାର ଭଳି ଘଟଣା ବଢିବାରେ ଲାଗିଛି । ନାରୀ ନିଜକୁ ଦିନରେ ମଧ୍ୟ ସୁରକ୍ଷିତ ମନେ କରୁନାହିଁ । କେବେ ଘରେ ବାପା,ଭାଇ,ଦାଦା,ମାମୁଁ ଦୁଷ୍କର୍ମ କରୁଛନ୍ତି ତ କେବେ କେବେ ବିଦ୍ୟାଳୟରେ ଶିକ୍ଷକ,କେବେ କନେଷ୍ଟବଳ ଏହିଭଳି ଭାବେ କେହି ନାଁ କେହି ଦୁଷ୍କର୍ମ କରି ଚାଲିଛନ୍ତି । ତେବେ ଏଭଳି ଏକ ଲଜ୍ଜା ଜନକ ଘଟଣା ପୁଣି ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ । ନିଜ ଝିଆରୀକୁ ଦୁଷ୍କର୍ମ କରିଛି ପିଉସା ।

ସୂଚନା ଅନୁସାରେ, ନାବାଳିକାଙ୍କ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ବାହାରେ ରହି କାମ କରନ୍ତି । ତେଣୁ ଗତ ୨ବର୍ଷ ହେବ ନାବାଳିକା ଜଣକ ତାଙ୍କ ସମ୍ପର୍କୀୟ ପିଉସା ଡୁମ୍ୱି ସିଂ ବାନରାଙ୍କ ଘରେ ରହି ତାଙ୍କ ପିଲା ଛୁଆଙ୍କ ଦେଖାଶୁଣା କରୁଥିଲେ । ହେଲେ ଗତ ରବିବାର ଦିନ ଘରେ କେହି ନଥିବାର ସୁଯୋଗ ନେଇ ଡୁମ୍ୱି ନିଜର ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ କାନ୍ଦୁଥିବା ଦେଖି ଗାଁ ଲୋକେ ପଚାରି ବୁଝିଥିଲେ। ଏହାପରେ ଗାଁ ଲୋକେ ଘଟଣା ସମ୍ପର୍କରେ ଗତକାଲି ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଡୁମ୍ୱିକୁ ଗିରଫ କରିଛି। ଏଥିସହ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇ ଥିବା ଜଣାପଡିଛି ।