OnaKhabar

ନିଜ ଭାଗ୍ୟ ବଦଳାଇଥିବା ଗୀତ ଭୁଲିଗଲେ ରାନୁ ମଣ୍ଡଳ, ଷ୍ଟେଜ ଉପରେ ସର୍ବ ସମ୍ମୁଖରେ ଦେଲେ ଏଭଳି ପ୍ରତିକ୍ରିୟା..

407

ମୁମ୍ବାଇ: ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଇଣ୍ଟରନେଟ ସେନସେସନ୍ ପାଲଟିଥିଲେ ରାନୁ ମଣ୍ଡଳ | ହେଲେ ରାନୁ ମଣ୍ଡଳ ଏବେ ଅନେକ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବାର ଦେଖିବାକୁ ମିଳୁଛି । କିଛିଦିନ ତଳେ ଜଣେ ପ୍ରଶଂସକ ରାନୁଙ୍କୁ ସେଲ୍ଫି ମାଗିବାରୁ ତାଙ୍କ ସହ ଯେପରି ବ୍ୟବହାର କରଥିଲେ ତାହା ବେଶ ଚର୍ଚ୍ଚାର ବିଷୟ ହୋଇଥିଲା | ପରେ ପରେ ରାମ୍ପରେ ଚାଲିବା ପାଇଁ ତାଙ୍କୁ କରାଯାଇଥିବା ମେକ୍ ଅପକୁ ନେଇ ସେ ଟ୍ରୋଲ ହୋଇଥିଲେ । ଏବେ ଯେଉଁ ଗୀତ ତାଙ୍କ ଭାଗ୍ୟ ବଦଳାଇଥିଲା, ସେହି ଗୀତ ଷ୍ଟେଜରେ ଭୁଲି ଯିବାରୁ ଲୋକେ ତାଙ୍କୁ ପୁଣି ଥରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି କି, ରାନୁ ମଣ୍ଡଳ ଏକ ଇଭେଣ୍ଟରେ ପହଞ୍ଚିଛନ୍ତି, ଯେଉଁଠି ସାମ୍ବାଦିକା ବରଖା ଦତ୍ତ ତାଙ୍କୁ ଗୀତ ଗାଇବା ପାଇଁ କହୁଛନ୍ତି । ଯାହା ପରେ, ମୁଁ ହିମେଶଜୀଙ୍କ ସହ ଯେଉଁ ଗୀତ ଗାଇଛି, ସେଥିରୁ ପଦେ ଗାଇବି କି? ବୋଲି ପଚାରୁଛନ୍ତି ରାନୁ। ଏହା ଶୁଣି ସାମ୍ବାଦିକା ବରଖା ଦତ୍ତ ତାଙ୍କୁ ସେହି ଗୀତ ଗାଇବା ପାଇଁ କହି ଷ୍ଟେଜ କଡ଼କୁ ଚାଲି ଯାଉଛନ୍ତି । କିନ୍ତୁ ରାନୁ ମଇକ୍ରୋଫୋନ ଧରି ମଧ୍ୟ ଗୀତର ଗୋଟେ ଶବ୍ଦ ମଧ୍ୟ ପାଟିରୁ ବାହାର କରି ପାରୁ ନାହାନ୍ତି । ଏହାର କିଛି ସମୟ ପରେ ରାନୁ କହୁଛନ୍ତି, ଓ ମାଇଁ ଗଡ୍, ମୁଁ ଭୁଲିଗଲି । ରାନୁଙ୍କ ଏଭଳି କହୁଥିବାର ଭିଡିଓ ଏବେ ଭାଇରାଲ ହେବା ସହ ସେ ପୁଣିଥରେ ଟ୍ରୋଲର ଶିକାର ହେଉଥିବାର ଦେଖିବାକୁ ମିଳୁଛି ।