OnaKhabar

ହାଇଦ୍ରାବାଦର ଦୁଷ୍କର୍ମକାରୀଙ୍କୁ ଜେଲରେ ମିଳୁଛି ମଟନ ଏବଂ ଫ୍ରାଇଡ ରାଇସ

150

ହାଇଦ୍ରାବାଦ : ହାଇଦ୍ରାବାଦରେ ଜଣେ ପଶୁ ଡାକ୍ତରଙ୍କ ସହ ଗଣ ବଳାତ୍କାର ଏବଂ ହତ୍ୟା ଘଟଣା ପରେ ସାରା ଦେଶର ଲୋକଙ୍କୁ ସ୍ତବ୍ଦ କରି ଦେଇଥିବା ବେଳେ ସଡକରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିକ୍ଷୋଭ ଦେଖିବାକୁ ମିଳୁଛି | ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଚାରିଆଡେ ଦୋଷୀକୁ କଠୋରରୁ ଅତି କଠୋର ଦଣ୍ଡ ଦେବା ପାଇଁ ଦାବି ହେଉଛି | ଚାରି ଜଣ ରାକ୍ଷସଙ୍କୁ ଫାଶୀ ପରିବର୍ତ୍ତେ ଲୋକଙ୍କୁ ହସ୍ତାନ୍ତର କରିବା ଏବଂ ବିଚ ରାସ୍ତାରେ ଜିଅନ୍ତା ଜଳାଇବାର ଦାବି କରୁଛନ୍ତି ଲୋକେ । ଅନ୍ୟପଟେ, ହାଇଦ୍ରାବାଦ ପୁଲିସ ଏହି ରାକ୍ଷସମାନଙ୍କ ସତ୍କାରରେ ଲାଗିଛି । ସୂତ୍ର ଅନୁସାରେ ଚାରି ଅଭିଯୁକ୍ତଙ୍କୁ ଜେଲରେ ପ୍ରଥମ ଦିନର ଖାଇବାରେ ମଟନ ତରକାରୀ ଏବଂ ଫ୍ରାଇଡ଼ ରାଇସ ଦିଆଯାଇଥିଲା ।

ସୂଚନା ଅନୁସାରେ, ଘଟଣାର ଚାରି ଜଣ ଅଭିଯୁକ୍ତ ମୋହମ୍ମଦ ଆରିଫ, ନବୀନ, ଚିନ୍ତାକୁନ୍ତା କେଶାବୁଲୁ ଏବଂ ଶିବାକୁ ଗୋଟିଏ ସମୟର ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ଦିଆଯାଉଛି । କିନ୍ତୁ, ତେଲଙ୍ଗାନାର ତ୍ରିଚିରାପଲ୍ଲୀ ଜେଲ ସୁପରିଟେଣ୍ଟେଣ୍ଟ କହିବା ଅନୁସାରେ, ଚାରି ଅଭିଯୁକ୍ତଙ୍କୁ ଜେଲ ମେନ୍ୟୁ ଅନୁସାରେ ଖାଇବା ଦିଆଯାଉଛି । ଗୋଟିଏ ପଟେ ଜେଲର ଅଧିକାରୀ ଦାବି କରୁଛନ୍ତି ଗ୍ୟାଙ୍ଗରେପ ଏବଂ ମର୍ଡର ଅଭିଯୁକ୍ତଙ୍କୁ ଜେଲର ମେନ୍ୟୁଅଲ ହିସାବାରେ ଖାଇବା ଦିଆଯାଉଛି, କିନ୍ତୁ ସେମାନେ ଏହା କହିବାକୁ ନାରାଜ ଯେ, ଘଟଣାରେ ବ୍ୟବହୃତ ଟ୍ରକର ଡ୍ରାଇଭର ବିନା କୌଣସି ଡକ୍ୟୁମେଣ୍ଟରେ ଦୁଇ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂ କିପରି କରୁଥିଲା ? ସୂତ୍ରର ଏହା ମଧ୍ୟ କହିବା ଯେ ଗ୍ୟାଙ୍ଗରେପ ଏବଂ ମର୍ଡରର 48 ଘଣ୍ଟା ପରେ ପୁଲିସ ଟ୍ରକ ଡ୍ରାଇଭରକୁ ଗିରଫ କରିଥିଲା, କିନ୍ତୁ ସେ ପୁଲିସକୁ ଚଖମା ଦେଖାଇ ଫେରାର ହୋଇଥିଲା । ତେବ ପୁଲିସ ତାକୁ ପୁଣି ଥରେ ଧରିବାର କାହିଁକି ଗୁରୁତ୍ୱ ଦେଇ ନଥିଲା ତାହା ଏବେ ଏକ ବଡ ପ୍ରଶ୍ନ ହୋଇ ରହିଛି ।