OnaKhabar

ଅଧିକ ଲୁଣ ଖାଇବା କ୍ଷତିକାରକ

17

ଭୁବନେଶ୍ୱର:ଅତ୍ୟଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ଆପଣ ବହୁ ଗମ୍ଭୀର ଚରୋଗର ଶିକାର ହୋଇପାରନ୍ତି । ଏଣୁ ଗୋଟିଏ ଦିନରେ ଆପଣ କେତେମାତ୍ରାରେ ଲୁଣ ଖାଇବା ଉଚିତ ତାହା ଜାଣି ରଖନ୍ତୁ । ଏବଂ ଅଧିକ ଲୁଣ ଖାଇବା ଦ୍ୱାରା କ’ଣ ସବୁ କ୍ଷତି କାରକ ହୋଇଥାଏ ତାହା ଜାଣନ୍ତୁ

-ଘାତକ ରୋଗର ସମ୍ଭାବନା

ଏହା ସତ ଯେ ବିନା ଲୁଣରେ ଖାଦ୍ୟ ଖାଇ ହେବନାହିଁ । କିନ୍ତୁ ଅତ୍ୟଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତ ଚାପ ଠାରୁ ଆରମ୍ଭ କରି ହୃଦରୋଗ ପର୍ଯ୍ୟନ୍ତ ବହୁ ଘାତକ ରୋଗର ସମ୍ଭାବନା ବଢିଯାଇଥାଏ । ଏହା ମଧ୍ୟ ସତ ଯେ ସ୍ୱଭାବିକ ରକ୍ତଚାପ ପାଇଁ ସୋଡିୟମର ଏକ ନିର୍ଦ୍ଧିଷ୍ଟ ମାତ୍ରା ଜରୁରୀ ହୋଇଥାଏ । ଏଣୁ ଆପଣ ସୁସ୍ଥ ରହିବା ପାଇଁ ଦୈନିକ ଧାର୍ଯ୍ୟ ମାତ୍ରାରେ ହିଁ ଲୁଣ ଖାଆନ୍ତୁ ।

-ଲୁଣର ଉଚିତ ମାତ୍ରା ୧.୫୦୦ମିଲିଗ୍ରାମ

ଆମେରିକାନ ହାର୍ଟ ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ,ପ୍ରତି ବ୍ୟକ୍ତି ଗୋଟିଏ ଦିନରେ ୨୩,୦୦ମିଲିଗ୍ରାମ ଲୁଣ ଖାଇବା ଉଚିତ । ତେବେ ଏହି ମାତ୍ରା ଅଧିକ ଲୁଣ ଖାଉଥିବା ଲୋକଙ୍କ ପାଇଁ ହୋଇଥିବା ବେଳେ ଦୈନିକ ଲୁଣର ଉଚିତ ମାତ୍ରା ୧,୫୦୦ମିଲି ଗ୍ରାମରୁ ଅଧିକ ହେବା ଅନୁଚିତ । କିନ୍ତୁ ଆମେ ଏହାକୁ ଗୁରୁତ୍ୱ ନଦେଇ ଅଧିକ ମାତ୍ରାରେ ଲୁଣ ଖାଇ ଉଚ୍ଚ ରକ୍ତ ଚାପର ଶିକାର ହୋଇଥାଉ ।

-ପ୍ୟାକେଟ ବନ୍ଦ ଖାଦ୍ୟ ପଦାର୍ଥରେ ଅଧିକ ଲୁଣ

ଆମେରିକା ହାର୍ଟ ଆସୋସିଏସନ କହିଛି ଯେ, ଆମେରିକୀୟ ମାନେ ପ୍ରତିଦିନ ୩,୪୦୦ମିଲିଗ୍ରାମ ଲୁଣ ଖାଇଥାଆନ୍ତି । ଯାହା ଧାର୍ଯ୍ୟ ମାତ୍ରା ଠାରୁ ବହୁତ ଅଧିକ । ୭୦ପ୍ରତିଶତ ଲୋକ ପ୍ୟାକେଟ ବନ୍ଦ ଖାଦ୍ୟପଦାର୍ଥ ଜରିଆରେ ଲୁଣର ଏହି ଅତ୍ୟଧିକ ମାତ୍ରା ଖାଇଥାଆନ୍ତି । ଭାରତରେ ମଧ୍ୟ ଚିପ୍ସ ଠାରୁ ଆରମ୍ଭ କରି ଅନ୍ୟ ପ୍ୟାକେଟ ବନ୍ଦ ଖାଦ୍ୟ ପଦାର୍ଥ ଜରିଆରେ ଲୁଣର ଅତ୍ୟଧିକ ମାତ୍ରା ସେବନ କରାଯାଇଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଅଧିକ ପରିମାଣରେ ଲୁଣ ଖାଇବା ଦ୍ୱାରା ଆପଣ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି । ଆପଣ ଧାର୍ଯ୍ୟ ମାତ୍ରାରୁ ଅଧିକ ଲୁଣ ଖାଇଲେ ଡିହାଇଡ୍ରେସନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

-ମୁହଁ ଓ ପାଦ ଫୁଲିଯାଏ

ଶରୀରରେ ଲୁଣର ମାତ୍ରା ଅଧିକ ହେବା ଦ୍ୱାରା ଅଧିକ ପାଣି ଜମା ହୋଇଥାଏ । ଏହି ଅବସ୍ଥାକୁ ୱାଟର ରିଟେନସନ ବା ଫ୍ଲୁଇଡ ରିଟେନସନ କୁହାଯାଏ । ଏପରି ସ୍ଥିତିରେ ପାଦ ଓ ମୁହଁ ଫୁଲି ଯାଇପାରେ । ତେବେ ଆପଣ ଏ କଥା ମଧ୍ୟ ଧ୍ୟାନ ରଖିବେ ଯେ, ଧାର୍ଯ୍ୟ ମାତ୍ରା ଠାରୁ କମ ଲୁଣ ଖାଇବା ଦ୍ୱାରା ଆପଣ ରୋଗରେ ମଧ୍ୟ ପଡିପାରନ୍ତି ।

-ଧାର୍ଯ୍ୟ ମାତ୍ରାରୁ କମ ଲୁଣ ବିପଦଜନକ

ଲୁଣରେ ସୋଡିୟମ ଓ କ୍ଲୋରିନ ରହିଛି । ଯେତେବେଳେ ଆପଣ ଲୁଣ ଖାଇ ଥାଆନ୍ତି ସେତେବେଳେ ଏହା ଶରୀରରେ ଦୁଇ ଘଟକରେ ପରିଣତ ହୋଇଥାଏ । ଯଦି ଆପଣଙ୍କ ଶରୀରରେ ଲୁଣର ମାତ୍ରା କମିଯିବ ତେବେ ଆପଣଙ୍କ ଚେହେରା ଶୁଖିଯିବ । ମାଂଶପେଶୀ ଦୁର୍ବଳ ହେବା ସହ ମୁଣ୍ଡ ବିନ୍ଧା ସମସ୍ୟା ମଧ୍ୟ ଉପୁଜିପାରେ ।