OnaKhabar

ମହୁ ସହ ଅଁଳା ମିଶାଇ ସେବନ କଲେ ମିଳିଥାଏ ଏହି ସବୁ ଫାଇଦା

40

ଭୁବନେଶ୍ୱର: ଆମେ ଅନେକ ସମୟରେ ଖାଲି ମହୁ ଖାଇଥାଉ। ହେଲେ ଜାଣନ୍ତି କି ମହୁ ସହ ଅଁଳା ମିଶାଇ ସେବନ କରିଲେ ଅନେକ ପ୍ରକାରର ଲାଭ ମିଳିଥାଏ। ଆସନ୍ତୁ ସେ ବିଷୟରେ ଜାଣିବା….

୧-ଏହା ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ।
୨- ଏହା ଆଣ୍ଟିଏଜିଂ ଭଳି ମଧ୍ୟ କାମ କରିଥାଏ।
୩- ଅଁଳା ଓ ମହୁକୁ ଏକା ସାଙ୍ଗେ ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
୪-ନିୟମିତ ଭାବେ ଅଁଳା ଓ ମହୁକୁ ମିଶାଇ ସେବନ କରିଲେ ଓଜନ ମଧ୍ୟ ହ୍ରାସ ପାଇଥାଏ ।
୫-ଯକୃତକୁ ଏହା ଅଧିକ ଶକ୍ତିଶାଳୀ କରିଥାଏ । ଯକୃତରେ ଥିବା ବିଷାକ୍ତ ପଦାର୍ଥକୁ ଦୂର କରିଥାଏ ।
୬- ଅଁଳା ଓ ମହୁକୁ ମିଶାଇ ସେବନ କରିଲେ ପୁରୁଷମାନଙ୍କ ସ୍ପର୍ମ କାଉଣ୍ଟ୍ ବି ବଢ଼ିଥାଏ । ଖାଲି ସେତିକି ନୁହେଁ ମଧୁମେହ ଓ ମୂତ୍ରଜନିତ ରୋଗରୁ ବି ସୁରକ୍ଷା ମିଳିଥାଏ ।
୭- ମହୁରେ ଅଁଳା ମିଶାଇ ଖାଇଲେ ହଜମ କ୍ରିୟା ସୁସ୍ଥ ରହେ । ଏସିଡିଟି ଭଳି ସମସ୍ୟା ଦେଖା ଦେଇ ନଥାଏ । ତା’ଛଡ଼ା ଭୋକ ମଧ୍ୟ ଲାଗେ ।