OnaKhabar

ନବମ ଶ୍ରେଣୀ ଛାତ୍ରକୁ ମାଡ଼ ଘଟଣା : ଅଧ୍ୟକ୍ଷ ନିଲମ୍ବିତ

15

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢ଼େଙ୍କିକୋଟ-ଟିକିରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଜଣେ ଅଧ୍ୟୟନରତ ନବମ ଶ୍ରେଣୀ ଛାତ୍ର ହରପ୍ରସାଦ ଜେନାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିବା ଘଟଣାରେ ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାର ପ୍ରତିବାଦ କରି ସ୍କୁଲ ଛାତ୍ରଛାତ୍ରୀସମୂହ ଏକ ଶୋଭାଯାତ୍ରା କରି ଅଧ୍ୟକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏପରିକି ଛାତ୍ରଛାତ୍ରୀମାନେ ୨୦ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ ମଧ୍ୟ କରିଥିଲେ । ତେବେ ଘଟଣାସ୍ଥଳରେ ପ୍ରଶାସନ ପହଞ୍ôଚ ବୁଝାସୁଝା କରାଯିବା ସହ ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଥିଲା । ଅପରପକ୍ଷେ ଛାତ୍ରଟି ଓଲଟି ମାଡ଼ ମାରିଥିବା ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ତଦନ୍ତ ରିପୋର୍ଟ ଆଧାରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅଧ୍ୟକ୍ଷ ରାଜୀବଲୋଚନ ଦତ୍ତଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡ଼ିଛି । ତେବେ ଅନ୍ୟାଦେଶ ପର୍ଯ୍ୟନ୍ତ ଡିଇଓ କେନ୍ଦୁଝରଙ୍କ କାର୍ଯ୍ୟାଳୟରେ ନିଲମ୍ବନ ଅବଧି ରହିବେ ବୋଲି ଆଦେଶରେ କୁହାଯାଇଛି ।