OnaKhabar

ଚାଷୀଙ୍କ ସମସ୍ୟାର ସମାଧାନ ଦାବି

2

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚାଷୀମାନଙ୍କର ବହୁବିଧ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋମବାର ଦିନ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଚାଷୀମାନଙ୍କ ସମସ୍ୟା ମଧ୍ୟରେ ସରକାରଙ୍କ କାଳିଆ ଯୋଜନାରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ତୁରନ୍ତ ଅର୍ଥରାଶି ପ୍ରଦାନ କରିବା, ଧାନମଣ୍ଡିରେ ଧାନ ବିକ୍ରୟ ସମୟରେ ମିଲର ଜରିଆରେ ଚାଷୀଙ୍କୁ ବସ୍ତା ଯୋଗାଇଦେବାର ବ୍ୟବସ୍ଥା ରହିଛି ଏ ସଂପର୍କରେ ବିଧାନସଭାରେ ବିଶଦ ଆଲୋଚନା ହୋଇଥିଲା । ବିଗତବର୍ଷମାନଙ୍କରେ ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା ଭଳି ଜିଲ୍ଲାମାନଙ୍କରେ ବସ୍ତାର ମୂଲ୍ୟ ଚାଷୀମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାର ଚାଷୀମାନଙ୍କୁ ଅଣଦେଖା କରାଯାଇ ବସ୍ତା ମୂଲ୍ୟ ପ୍ରଦାନ କରାଯାଇ ନାହିଁ । ଚଳିତବର୍ଷ ଧାନ ବିକ୍ରି ପାଇଁ ସରକାରଙ୍କ ତରଫରୁ ଟୋକନ ବ୍ୟବସ୍ଥା କରାଯାଇଛି । ଏଥିଯୋଗୁଁ ଚାଷୀ ନିର୍ଦ୍ଧାରିତ ସମୟରେ ଧାନ ବିକ୍ରି ପାଇଁ ହଇରାଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଟୋକନ୍ ଆସିଲା ବେଳକୁ ଧାନ ଅମଳ ଶେଷ ହୋଇନଥିବ । ଫଳରେ ଟୋକନ ସମୟ ଶେଷ ହୋଇଯିବ । ସମୟ ଅବଧି ପରେ ଚାଷୀଙ୍କ ଦୁଃଖ ବୁଝିବାକୁ ନା ସରକାର ନା ମଣ୍ଡିବାଲା ଥିବେ । ତେଣୁ ଜିଲ୍ଲା ପ୍ରଶାସନ ଏହାର ଉଚିତ ବିଚାରକରି ବସ୍ତାର ମୂଲ୍ୟ ଚାଷୀମାନଙ୍କୁ ପ୍ରଦାନ କରିବାକୁ ନବନିର୍ମାଣ କୃଷକ ସଂଗଠନର ଲକ୍ଷ୍ମୀଧର ପ୍ରଧାନ, ଇନ୍ଦ୍ରମଣି ବିଶ୍ୱାଳ, ଶୈଳେନ୍ଦ୍ର କୁମାର ପ୍ରଧାନ, ଚୈତନ୍ୟ ସାହୁ, ସଦାନନ୍ଦ ମହାନ୍ତ, ପରମେଶ୍ୱର ମହାନ୍ତ, ରମାକାନ୍ତ ମହାନ୍ତ, ଖଗେଶ୍ୱର ମହାନ୍ତ, ମଧୁସୂଦନ ସେଠୀଙ୍କ ସମେତ ବହୁ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।