OnaKhabar

ଭୁଲ୍ ଅସ୍ତ୍ରୋପଚାର ଅଭିଯୋଗ ଘଟଣା : ଆମରଣ ଅନଶନରେ ସପରିବାର

11

ନୀଳଗିରି : କଟକ ବଡ଼ ମେଡିକାଲର ଜଣେ କର୍ମଚାରୀଙ୍କ ଦଲାଲଗିରି ଓ ଅନଭିଜ୍ଞ ଡାକ୍ତରଙ୍କ ଭୁଲ ଅସ୍ତ୍ରପଚାର ଯୋଗୁଁ ଯୁବକ କ୍ୟାନ୍ସର ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ନ୍ୟାୟ ଦାବିରେ ସମ୍ପୃକ୍ତ ପରିବାର ପିଲାଛୁଆକୁ ଧରି ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଆମରଣ ଅନଶନରେ ବସିଛନ୍ତି ।
ସୂଚନା ଅନୁଯାୟୀ, କ୍ୟାନ୍ସର ଆକ୍ରାନ୍ତ ହୋଇଥିବା ଯୁବକ ଜଣଙ୍କ ହେଲେ ନୀଳଗିରି ଥାନା ଅଧୀନ ପ୍ରତାପଡ଼ା ଗ୍ରାମର ଶଶୀକାନ୍ତ ରାଉତ (୪୩) । ବଡ଼ ମେଡିକାଲରେ କାର୍ଯ୍ୟରତ କର୍ମଚାରୀ ଆଦିକନ୍ଦ ବେହେରା ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଜଣେ ଅନଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅପରେସନ କରାଇବା ଯୋଗୁ ଏହା କ୍ୟାନ୍ସର ଆକ୍ରାନ୍ତ ହୋଇଗଲା ବୋଲି ଶଶୀକାନ୍ତ ଓ ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ଘଟଣା ବାବଦରେ ମୁଖ୍ୟମନ୍ତ୍ରୀ, ମାନବାଧିକାର କମିଶନର, ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ବାଲେଶ୍ୱର ଏସ୍‌ପି, ଜିଲ୍ଲାପାଳ, ନୀଳଗିରି ଥାନାକୁ ବହୁବାର ଜଣାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବାଧ୍ୟହୋଇ ନ୍ୟାୟ ପାଇଁ ଶଶୀକାନ୍ତ ତାଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ନାୟକଙ୍କ ସମେତ ୧୨ ବର୍ଷର ପୁଅ ଦିପଙ୍କର ଆମରଣ ଅନଶନରେ ବସିଛନ୍ତି ।