OnaKhabar

ଜଣେ ଯୁବକଙ୍କର ମୃତ ଦେହ ଉଦ୍ଧାର 

13

ସୁନ୍ଦରଗଡ଼: ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଚୋରି, ଡକାୟତି, ରାହାଜାନି, ଅପରାଧ, ହତ୍ୟା ଆଦି ଭଳି ଘଟଣା । ତେବେ ଗତକାଲି ଭୁବନେଶ୍ୱରରୁ ଜଣେ ଯୁବକଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସୁନ୍ଦରଗଡରେ ଜଣେ ଯୁବକଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ ଶଙ୍କରା ନିକଟରେ ଥିବା ବନଦୁର୍ଗା ବିହାର ଅଞ୍ଚଳରେ ହୋଇଥିବା ଜଣାପଡିଛି । ମୃତ ଯୁବକଙ୍କ ନାମ ଗଜେନ୍ଦ୍ର କିଷାନ  ।

ସୂଚନା ଅନୁସାରେ, ଗଜେନ୍ଦ୍ର ମାର୍ବଲ ମିସ୍ତ୍ରୀ ଭାବେ ଦୀର୍ଘ ତିନିବର୍ଷ ହେଲା ସୁନ୍ଦରଗଡରେ ରହି କାମ କରୁଥିଲେ । କିଛି ଦିନ ହେବ ସେ ଘର ଲୋକଙ୍କ ସହ ଫୋନ ଯୋଗାଯୋଗ ରଖି ନଥିଲେ । ଗଜେନ୍ଦ୍ରଙ୍କ ଘର ବଡ଼ଗାଁ ଥାନା ଅନ୍ତର୍ଗତ ପାମରା ଗାଁରେ ।ତେବେ ଗଜେନ୍ଦ୍ରଙ୍କ ମୃତ୍ୟୁ ତିନି ଚାରିଦିନ ତଳେ ହୋଇଥିବା ବେଳେ ତାଙ୍କ କାନ ଏବଂ ନାକରୁ ରକ୍ତ ବାହାରିବା ସହ ଘଟଣାସ୍ଥଳରେ ମଧ୍ୟ ବ୍ଲଡ୍ ପଡିଥିବା ଦେଖିବାକୁ ମିଳିଛି । ପାଖ ବିଲ୍ଡିଂର ପିଲାମାନେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ରୂପ ଦେଉଥିବା ବେଳେ ଘର ଲୋକେ କିନ୍ତୁ ହତ୍ୟା ଅଭିଯୋଗ ଆଣିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପୋଲିସର ନିରବତା ପୋଲିସକୁ ସନ୍ଦେହ ପରିସରକୁ ଟାଣି ଆଣିଛି ।