OnaKhabar

ଅଜଣା ମୃତଦେହ ଉଦ୍ଧାର

11

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ନରସିଂହପୁର ନିକଟସ୍ଥ ସୁନାମୁଖି ଜଙ୍ଗଲ ମୁଖ୍ୟ ରାସ୍ତା କଡରେ ଏକ ଗଳିତ ଶବ ଉଦ୍ଧାର ହୋଇଛି । ରାସ୍ତା କଡରେ ଥିବା ଜଙ୍ଗଲରେ ଶବଟି ପଡି ରହିଥିଲା । ତେବେ ସକାଳୁ ଲୋକମାନେ ସେହି ବାଟ ଦେଇ ମର୍ଣ୍ଣିଂ ୱାକ ପାଇଁ ଗଲାବେଳେ ଜଙ୍ଗଲ ଭିତରୁ ଦୁର୍ଗନ୍ଧ ବାହାରୁଥିଲା । ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।କେହି ହତ୍ୟା କରି ଜଙ୍ଗଲ ମଧ୍ୟରେ ପକାଇଥିବା ପୋଲିସ ସନ୍ଦେହ କରୁଛି । ହେଲେ ଏଯାଏଁ ମୃତ ବ୍ୟକ୍ତି ଜଣଙ୍କର କୌଣସି ପରିଚୟ ମିଳିପାରି ନାହିଁ ।

ଜଣେ ଯୁବକଙ୍କର ମୃତ ଦେହ ଉଦ୍ଧାର