OnaKhabar

ଥାନାରେ ଅଟକ ନାବାଳକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

675

କେନ୍ଦୁଝର: କେନ୍ଦୁଝରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଆପଣ ମାନେ ଜାଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ  । ତେବେ ନାବାଳକ ଜଣକ ଅପ୍ରାକୃତିକ ଯୌନକ୍ରିୟା କରି ଥାନାରେ ଅଟକଥିବା ଜଣାପଡିଛି । ଯୋଡ଼ା ଥାନା ଅଞ୍ଚଳରେ ଜଣେ ନାବାଳକ ତାର ଦୁଇ ପଡୋଶୀ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଆସୁଥିଲା । ଗତକାଲି ଜଣେ ନାବାଳକର ଦେହ ଖରାପ ହେବାରୁ ପରିବାର ଲୋକେ ଏ ବିଷୟରେ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ପରିବାର ପକ୍ଷରୁ ଆଜି ଅଭିଯୁକ୍ତ ନାବାଳକ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ନାବାଳବାକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।

ଭାରତୀୟ ଯୁବକଙ୍କୁ କାଲିଫୋର୍ଣ୍ଣିଆରେ ହତ୍ୟା ଘଟଣା: ଜଣେ ଯୁବକଙ୍କ ଆତ୍ମସମର୍ପଣ