OnaKhabar

 ବାଇକ ଧକ୍କା : ଦୁଇ ମୃତ, ୨ ଗୁରୁତର 

23

 

 

ସମ୍ବଲପୁର :  ୫୩ ନମ୍ବର ଜାତୀୟ ରାଜପଥରେ ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାରିବନ୍ଧ – ବିନାୟକ ଡେରା ମଝିରେ ରବିବାର ରାତି ୧୦ ଟାରେ ଦୁଇ ବାଇକ ପରସ୍ପର ମଧ୍ୟରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଦ୍ୱୟଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସୂଚନା ଅନୁଯାୟୀ,  ମାନେଶ୍ୱର ଓ ଗୁଲୁଣ୍ଡାରୁ ୪ ଜଣ ଯୁବକ  ବାଇକରେ ପଡ଼ିଆବାହାଲ ଧନୁଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଦୁର୍ଲଭ ରୋହିଦାସ (୨୪) ଏବଂ ସୋନୁ (୨୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ମାନଭନ ରୋହିଦାସ (୧୯) ଏବଂ ହରିବୋଲ ଝାଙ୍କର (୩୫) ଗୁରୁତର ଆହତ ହୋଇଥିଲେ । ଖବର ପାଇ ସଦର ଥାନା ପୁଲିସ ପହଂଚିବା ବେଳକୁ ସ୍ଥାନୀୟ ଲୋକେ ରାସ୍ତାରୋକ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଆହତଙ୍କୁ ଚିକିତ୍ସା ଦାବିରେ ରାସ୍ତାରୋକ କରିଥିଲେ । ପୁଲିସ ଲୋକଙ୍କୁ  ବୁଝାସୁଝା କରି ଆହତ ଲୋକଙ୍କୁ ପ୍ରଥମେ ଜିଲ୍ଲା ସଦର ଡାକ୍ତରଖାନା ଓ ସେଠାରୁ ବୁର୍ଲା ସ୍ଥାନାନ୍ତରିତ କରିଥିଲା । ସୋମବାର ବ୍ୟବଚ୍ଛେଦ ପରେ ମୃତକ ଦ୍ୱୟଙ୍କ ଶବ ପରିବାର ବର୍ଗଙ୍କୁ ପୋଲିସ ହସ୍ତାନ୍ତର କରିଛି ।