OnaKhabar

ଅଫିସରରେ କିମ୍ବା କାମରେ ମନ ଲାଗୁନାହିଁ ତାହାହେଲେ ୯୦ଦିନ ପର୍ଯ୍ୟନ୍ତ ମନେକରି ଆପଣାନ୍ତୁ ଏହି ଉପାୟ

33

ଜ୍ୟୋର୍ତିବିଦଙ୍କ ମତ ଅନୁସାରେ ଶନି ଦଶା ପଡ଼ିଲେ କାର‌୍ୟ୍ୟସ୍ଥଳରେ ନାନା ସମସ୍ୟା ଉପୁଜେ। ଯେପରିକି ଭଲ କାମ କଲେ ବି ପ୍ରଶଂସା ମିଳେ ନାହିଁ, କାମରେ ମନ ଲାଗେ ନାହିଁ ଓ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହେ ନାହିଁ ଇତ୍ୟାଦି। ବୁଧ ଗ୍ରହର କାର୍ଯ୍ୟ ଏ କ୍ଷେତ୍ରରେ ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ବୁଧ ଗ୍ରହ ହେଉଛି ପ୍ରେମର ପ୍ରତୀକ, ସାହାର୍ଯ୍ୟକାରୀ । ଉପସ୍ଥିତି ସାହାଯ୍ୟରେ ବ୍ୟକ୍ତି କାର‌୍ୟ୍ୟସ୍ଥଳର ମାହୋଲ ସହ ନିଜକୁ ଖାପ ଖୁଆଇବାରେ ସମର୍ଥ ହୁଏ। ସାଧାରଣତଃ ରାହୁ ଓ କେତୁ କାର‌୍ୟ୍ୟସ୍ଥଳରେ ସମସ୍ୟା ସୃଷ୍ଟି କରିଥାନ୍ତି। କିନ୍ତୁ ନିଜର କର୍ମସ୍ଥଳରେ ହେଉ ବା କୌଣସି ଅଫିସରେ ଯଦି ଆପଣଙ୍କୁ ଭଲ ଲାଗୁନାହିଁ, ସହକର୍ମୀଙ୍କ ସହିତ ସବୁବେଳେ ମତାନ୍ତର ହେଉଛି କିମ୍ବା ଆପଣଙ୍କର ଉପରସ୍ଥ ଅଫିସର ଆପଣଙ୍କ ପ୍ରତି ସବୁବେଳେ ବିରକ୍ତି ପ୍ରକାଶ କରୁଛି ଏସବୁ ବିଷୟକୁ ସମାଧାନ କରିବା ପାଇଁ ଆଜି ଆମେ କିଛି ଉପାୟ ବତାଇବୁ ଯାହାକୁ ୯୦ଦିନ ପର୍ଯ୍ୟନ୍ତ ପ୍ରୟୋଗ କରି ଆପଣ ଏସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।

୧) ଅଫିସେରେ କିଭଳି ସବୁ ଭଲରେ ହେବ?

• ନିୟମିତ ସକାଳ ଓ ସନ୍ଧ୍ୟାରେ ଶନିଙ୍କ ମନ୍ତ୍ର ଜପ କରନ୍ତୁ।
• ହାତରେ ଏକ ଲୁହାର ମୁଦି ପରିଧାନ କରନ୍ତୁ।
• କାମ କରୁଥିବା ସ୍ଥାନରେ ଏକ ଛୋଟିଆ ଧଳା ମାର୍ବଲ ଖଣ୍ଡ ରଖନ୍ତୁ।
• ଆଖି ଆଗରେ ରଙ୍ଗ ବେରଙ୍ଗ ଫୁଲର ଚିତ୍ର ଲଗାନ୍ତୁ।

୨) ସହକର୍ମୀଙ୍କ ସହ ସମସ୍ୟା ଅଛି କି?

• ପ୍ରତିଦିନ ସୂର‌୍ୟ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
• ସ୍ନାନ କରିବା ପରେ ହାଲକା ସୁଗନ୍ଧ ଲଗାନ୍ତୁ।
• ଅଫିସ୍ ଯିବା ପୂର୍ବରୁ ଗୁଡ଼ ଖାଇ ଯାଆନ୍ତୁ।
• ପ୍ରତି ମଙ୍ଗଳବାର ହନୁମାନଙ୍କୁ ଦର୍ଶନ କରନ୍ତୁ।
• ଯେଉଁଠି ବସି କାମ କରନ୍ତି, ସେଠି ଏକ ନାଲି ରଙ୍ଗର ଫୁଲ ରଖନ୍ତୁ।

୩) କାର‌୍ୟ୍ୟର ପ୍ରଶଂସା ମିଳୁନାହିଁ?

• ପ୍ରତିଦିନ ସକାଳେ ସୂର‌୍ୟ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
• ହାତରେ ଏକ ତମ୍ବାର ମୁଦି ପିନ୍ଧନ୍ତୁ।
• କାମ କରୁଥିବା ସ୍ଥାନରେ ସୂର‌୍ୟ୍ୟ ଉଦୟର ଏକ ଫଟୋ ଲଗାନ୍ତୁ।
• ନିଜର କଲମ କାହାକୁ ଦିଅନ୍ତୁ ନାହିଁ।

୪) ଅଫିସ୍ ମାହୋଲ ସହ ଖାପ ଖୁଆଇବା କଷ୍ଟ ହେଉଛି?

• ପ୍ରତିଦିନ ସ୍ନାନ କରି ଅଫିସ୍ ଯାଆନ୍ତୁ।
• ସବୁଦିନ ‘ଓମ୍ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ।
• ମୁଣ୍ଡରେ ଚନ୍ଦନ ଲଗାନ୍ତୁ କିମ୍ବା ଚନ୍ଦନ ସୁଗନ୍ଧ ଭରା ଦ୍ରବ୍ୟ ବ୍ୟବହାର କରନ୍ତୁ।
• ମୁକ୍ତାର କୌଣସି ଏକ ରତ୍ନ ଧାରଣ କରନ୍ତୁ।