OnaKhabar

ଟ୍ରକ୍ ତଳେ ଚାଲିଗଲା ଯୁବକର ଜୀବନ

49

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଓରାଘାଟ ମୁଣ୍ଡାବସ୍ତି ନିକଟସ୍ଥ ମେଢ଼ ପାଖ ରାସ୍ତାରେ ଦୁର୍ଘଟଣାରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତ ଯୁବକ ହେଉଛନ୍ତି ଯଶୋବନ୍ତ ଦେହୁରୀ(୩୬) ।
ସୂଚନା ଅନୁଯାୟୀ, ରାସ୍ତାରେ ଜାମ ଲାଗିଥିବା ସମୟରେ ଜାମ ହଟାଇବାକୁ ଗାଡିରୁ ଓହ୍ଲାଇ ଆସିଥିଲେ ଯଶୋବନ୍ତ । ବିପରୀତ ଦିଗରୁ ଆସୁଥିବା ଏକ ଟିପର ତାଙ୍କ ଉପରେ ସମ୍ପୂର୍ଣ୍ଣ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଯଶୋବନ୍ତ ସାନଇନ୍ଦୁପୁର ଛକରେ ଏକ ଛୋଟ ହୋଟେଲ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଘରେ ଏବେ ତାଙ୍କର ସ୍ତ୍ରୀ ଏବଂ ଛୋଟ ଛୋଟ ଦୁଇ ପୁଅ ଭୁବନେଶ୍ୱର ଏକ ଘରାଇ ବିଦ୍ୟାଳୟରେ ପାଠ ପଢ଼ୁଥିବା ସୂଚନା ମିଳିଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଫେରାର ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ôଚବା ସହିତ ଶବ ଜବତ କରି ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏ ନେଇ ଯଶୋବନ୍ତଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।