OnaKhabar

ଆଫେୟାର ଚକ୍କରରେ ଚତୁର୍ଥ ମହଲାରୁ ଉଲଗ୍ନ ଅବସ୍ଥାରେ ଖସି ପଡିଲେ ଯୁବକ…….

1,286

ସୋସାଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ପୁରୁଷଙ୍କୁ ବିଲ୍ଡିଂର ଚତୁର୍ଥ ମହଲା ଝରକା ତଳେ ଉଲଗ୍ନ ଅବସ୍ଥାରେ ଝୁଲୁଥିବା ଦେଖାଯାଇଛି । ଭିଡିଓ କେଉଁ ଜାଗାର ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପରକୀୟା ପ୍ରୀଜି ଜନିତ ଘଟଣା ବୋଲିସ୍ପଷ୍ଟ ବାରିହୋଇଯାଉଛି । କୋଠାରେ ଝୁଲୁଥିବା ଉଲଗ୍ନ ପୁରୁଷଟି ବାନ୍ଧବୀଙ୍କୁ ଭେଟିବାକୁ ଆସିଥିବା ବେଳେ ହୁଏତ ତାଙ୍କ ସ୍ୱାମୀ କି ସମ୍ପର୍କୀୟ ଆସିଯାଇଛନ୍ତି। ଏଣୁ ନିର୍ବସ୍ତ୍ର ପ୍ରେମିକଟି କୌଣସିବାଟ ନ ପାଇ ବେଡରୁମ ଝରକା ତଳେ ଝୁଲି ରହିବାକୁ ହୁଏତ ବାଧ୍ୟ ହୋଇଛନ୍ତି।ଘଟଣାକୁ ବିଲ୍ଡିଂ ତଳେ ଲୋକେ ବେଶ୍ ଉପଭୋଗ କରୁଥିବାର ଭିଡିଓରୁ ଆସୁଥିବା ଶବ୍ଦରୁ ଜଣାପଡୁଛି। ହେଲେ ନଗ୍ନ ପୁରୁଷଙ୍କୁ କୌଣସି ସହାୟତା ମିଳି ନପାରିବାରୁ ତାଙ୍କ ହାତ କୋହଳ ହେବାମାତ୍ରେ ତଳକୁ ଖସିପଡୁଥିବା ଦେଖାଯାଛି। ଲୋକଟି ୪ ମହଲାରୁ ସିଧା ଡଷ୍ଟବିନରେ ପଡୁଥିବା ବେଳେ ଗୁରୁତର ଆହତ ବି ହୋଇଛି। ମାତ୍ର ୧୦ ସେକେଣ୍ଡର ଏହି ଭିଡିଓଟି ନଭେମ୍ବର ୩୦ ତାରିଖଦିନ ସୋସାଲ ମିଡିଆରେ ଅପଲୋଡ ହୋଇଥିଲା।ଭିଡିଓ ଅପଲୋଡ ହେବା ପରଠାରୁ ଖବର ଲୋଖାଯିବା ପର୍ଯ୍ୟନ୍ତ ସାରା ବିଶ୍ୱରେ ପ୍ରାୟ ୫ ମିଲିନୟନ ଲୋକ ଦେଖି ସାରିଲେଣି |