OnaKhabar

ଧାର୍ଯ୍ୟ ବେଗରୁ ଅଧିକରେ ଗାଡ଼ି ଚାଳନା ଉପରେ କାର୍ଯ୍ୟାନୁଷ୍ଠାନ

13

ଭୁବନେଶ୍ୱର : ଭୁବନେଶ୍ୱର-କଟକରେ ଧାର୍ଯ୍ୟ ବେଗରୁ ଅଧିକରେ ଗାଡ଼ି ଚାଳନା କଲେ ହେବ କାର୍ଯ୍ୟାନୁଷ୍ଠାନ । ଏହି ଦୁଇ ସହରରେ ଗାଡ଼ିର ସର୍ବାଧିକ ବେଗ କେତେ ରହିବ, ତାହା ଧାର୍ଯ୍ୟ କରିଛି କମିଶନରେଟ ପୁଲିସ୍‌। ଲାଇଟ୍‌ ଓ ହେଭି ଭେଇକିଲ ସହର ଭିତରେ ସର୍ବାଧିକ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଯାତାୟତ କରିପାରିବେ ।
ପଳାଶୁଣିରୁ ବାଲିକୁଦା ମଧ୍ୟରେ ଜାତୀୟ ରାଜପଥରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗ ଯାଏ ଗାଡ଼ି ଚଳାଇ ହେବ। ଦୁଇ ଚକିଆ ଗାଡ଼ିର ବେଗ ସର୍ବାଧିକ ୫୦ କିଲୋମିଟର ଧାର୍ଯ୍ୟ ହୋଇଛି । ଧାର୍ଯ୍ୟ ବେଗଠାରୁ ଅଧିକ ସ୍ପିଡରେ ଗାଡ଼ି ଚଳାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୁଲିସ୍‌ ଟ୍ୱିଟ୍‌ କରି ଜଣାଇଛି।

ଚନ୍ଦ୍ରଶେଖରପୁରରେ ଡ୍ରାଇଭରଙ୍କ ମୃତଦେହ ଠାବ