OnaKhabar

ସାଢେ ସାତ ଲକ୍ଷ ଟଙ୍କା ହେରଫେର

19

ଖଣ୍ଡଗିରି : ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି ଅପରାଧ । ଅପରାଧୀଙ୍କୁ ଧରିବା ଏବଂ ଅପରାଧକୁ ରୋକିବା ଏହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । ଚୋରି,ଡକାୟତି, ଜମି ହଡପ, ଟଙ୍କା ହେରଫେର ଭଳି ଘଟଣା ବିଭିନ୍ନ ଜାଗାରେ ଦେଖିବାକୁ ମିଳିଛି । ତେବେ ଏଭଳି ଏକ ଟଙ୍କା ହେରଫେର ଘଟଣା ଏକ ମେଡିକାଲରେ ଦେଖିବାକୁ ମିଳିଛି । ଏହି ଘଟଣା ଖଣ୍ଡଗିରି ସ୍ଥିତ ଆମ୍ରି ହସ୍ପିଟାଲରେ ସାଢେ ସାତ ଲକ୍ଷ ଟଙ୍କା ହେରଫେର ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି ।

ସୂଚନା ଅନୁସାରେ, ଆମ୍ରି ହସ୍ପିଟାଲର ପୂର୍ବତନ ବିଲିଂ ଅଧିକାରୀ ବିଦ୍ୱାନ ଆମ୍ରି ହସ୍ପିଟାଲରେ ବିଲିଂ ଅଧିକାରୀ ଭାବେ କାମ କରୁଥିଲେ ଓ କାଉଣ୍ଟରରେ ଟଙ୍କା ରଖୁଥିଲେ । ତେବେ ଅଡିଟରୁ ଜଣାଗଲା ଯେ ଗତ ଦୁଇ ବର୍ଷ ଭିତରେ ସେ ୭.୫ ଲକ୍ଷ ଟଙ୍କା ହଡ଼ପ୍ କରିଛନ୍ତି । ସେ ଏହାକୁ ଅସ୍ୱୀକାର କରିବା ସହ ରୋଗୀମାନଙ୍କୁ ରିହାତି ଦେଇଥିବା ଯୁକ୍ତି କରିଥିଲେ । ମାତ୍ର ଏହା ତାଙ୍କ କ୍ଷମତା ବାହାରେ ହୋଇଥିବାରୁ ଜଣାଗଲା ଯେ ସେ ରୋଗୀଙ୍କୁ ରିହାତି ଦେବା ବାହାନାରେ ନିଜେ ଟଙ୍କା ହଡ଼ପ୍ କରିଛନ୍ତି । ହସ୍ପିଟାଲ ପକ୍ଷରୁ ଟଙ୍କା ହଡ଼ପ୍ ଅଭିଯୋଗ ଆସିବା ପରେ ବିଦ୍ୱାନ ପୋଖରୀପୁଟ ସ୍ଥିତ ଭଡ଼ା ଘର ଛାଡ଼ି ଫେରାର୍ ହୋଇଯାଇଥିଲେ। ତେଣୁ ହସ୍ପିଟାଲର ଆଇନ ପରାମର୍ଶଦାତା ରମେଶଚନ୍ଦ୍ର ବେହେରା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଗତକାଲି ପୁଲିସ ତାଙ୍କୁ ଅନୁଗୁଳ ଜରପଡ଼ାରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।