OnaKhabar

ଆଶ୍ରିତା ସେଟ୍ଟୀଙ୍କ ବିବାହ ବନ୍ଧନରେ ଆବଦ୍ଧ ହେଲେ ଭାରତୀୟ କ୍ରିକେଟର ମନୀଷ ପାଣ୍ଡେ

201

ମୁମ୍ବାଇ: କ୍ରିକେଟର ମନିଷ ପାଣ୍ଡେ ଏବଂ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କର ବିବାହ ଫଟୋ ଏବେ ସାମ୍ନାକୁ ଆସିଛି । ଉଭୟଙ୍କ ଫ୍ୟାନ୍ ତାଙ୍କ ବିବାହକୁ ଅପେକ୍ଷା କରିଥିଲେ। ଏହି ଖାସ୍ ଅବସରରେ ଆଶ୍ରିତା ଦକ୍ଷିଣ ଭାରତୀୟ ଅନ୍ଦାଜରେ ନଜର ଆସିଥିଲେ । ସେ ମେରୁନ୍ ଏବଂ ଗୋଲଡେନ୍ ରଙ୍ଗର ଶାଢ଼ୀ ପିନ୍ଧିଥିଲେ । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ ।

 

ମନୀଷ ପାଣ୍ଡେ କ୍ରିମ୍ କଲରର ଶେରଓ୍ବାନୀ ପିନ୍ଧିଥିଲେ। ଦୁହେଁ ପରସ୍ପର ସହ ଖୁବ୍ ସୁନ୍ଦର ଲାଗୁଥିଲେ । ୨୬ବର୍ଷ ବୟସ୍କା ଆଶ୍ରିତା ଦକ୍ଷିଣ ଭାରତର ବଡ଼ ବଡ଼ ଫିଲ୍ମରେ କାମ କରି ସାରିଛନ୍ତି ।