OnaKhabar

ଭଂଶାଲୀଙ୍କ ଫିଲ୍ମରେ ନଜର ଆସିବେ ତାପସୀ

25

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ତାଦସୀ ପନ୍ନୁ ‘ପିଙ୍କ୍’, ‘ବଦ୍‌ଲା’, ‘ମୁଲ୍କ’, ‘ମିଶନ୍ ମଙ୍ଗଲ୍’ ଓ ‘ଷାଣ୍ଡ କି ଆଖଁ’ ଭଳି ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେବା ପରେ ବଲିଉଡ୍‌ରେ ତାଙ୍କ ଡିମାଣ୍ଡ ବେଶ୍‌ ଅଧିକ ବଢ଼ିଯାଇଛି । ଏବେ ତାଙ୍କ ହାତକୁ ଆସିଛି ଆଉ ଏକ ବଡ଼ ଅଫର୍ ।

ସୂଚନା ଅନୁଯାୟୀ, ବଲିଉଡ୍‌ର ଷ୍ଟାର୍‌ ନିର୍ଦ୍ଦେଶକ ସଂଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମରେ କାମ କରିବାକୁ ତାଙ୍କୁ ଅଫର୍ ମିଳିଛି । ଆଉ ଏହି ଫିଲ୍ମରେ ତାଙ୍କୁ ଏକ ଦମ୍‌ଦାର୍ ଚରିତ୍ର ବି ଦିଆଯିବ ବୋଲି ମଧ୍ୟ ଜଣା ପଡିଛି । ଭଂଶାଲୀଙ୍କ ପ୍ରଡକ୍ସନ୍ସର ଅପ୍‌କମିଂ ଫିଲ୍ମ ‘ସିୟା ଜିୟା’ରେ ତାପସୀ ଲିଡ୍‌ ରୋଲ୍‌ରେ ଅଭିନୟ କରିପାରନ୍ତି ବୋଲି ଶୁଣିବାକୁ ମିଳିଛି । କେବଳ ସେତିକି ନୁହେଁ, ଏହି ଫିଲ୍ମରେ ତାପସୀ ଡବଲ୍‌ ରୋଲ୍‌ରେ ବି ନଜର ଆସିପାରନ୍ତି ।

 

ଏ ପର୍ଯ୍ୟନ୍ତ ଫିଲ୍ମର ନିର୍ଦ୍ଦେଶନା କିଏ ଦେବେ, ତାହା ସ୍ଥିର ହୋଇନାହିଁ। ତେବେ ଫିଲ୍ମର ସ୍କ୍ରିପ୍ଟ ଫାଇନାଲ୍‌ ହୋଇସାରିଛି। ଫିଲ୍ମର ଶୁଟିଂ ଆସନ୍ତା ବର୍ଷରୁ ଆରମ୍ଭ ହେବ ବୋଲି ଚର୍ଚ୍ଚା ହେଉଛି। ହେଲେ ଏଯାଏ ଏହି ଫିଲ୍ମକୁ ନେଇ ନିର୍ମାତା କିଛି ଘୋଷଣା କରିନାହାନ୍ତି ।ଯଦି ଏହି ଖବର ସତ ହୁଏ, ତା’ହେଲେ ଭଂଶାଲୀଙ୍କ ସହିତ ତାପସୀ ପ୍ରଥମ ଥର ପାଇଁ କାମ କରିବେ । ଭଂଶାଲୀଙ୍କ ଫିଲ୍ମରେ କାମ କଲେ ତାଙ୍କ କ୍ୟାରିୟର ଏକ ଭିନ୍ନ ମୋଡ଼ ନେବା ସହିତ ତାଙ୍କୁ ଆହୁରି ସଫଳତା ମିଳିବ ବୋଲି ଚର୍ଚ୍ଚା ହେଉଛି |