OnaKhabar

ଡ଼ିସେମ୍ବର ୬ରୁ ଭାରତ-ଇଣ୍ଡିଜ୍ ସରିଜ : ସରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

15

ନୂଆଦିଲ୍ଲୀ : ଡିସେମ୍ବରରୁ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଭାରତ ଗସ୍ତରରେ ଆସୁଛନ୍ତି। ଏହି ଗସ୍ତରେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନୋଟି ଦିନିକିଆ ଓ ତିନୋଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବ। ଡ଼ିସେମ୍ବର ୬ରୁ ହାଇଦ୍ରାବାଦରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବ। ନିକଟରେ ବାଂଲାଦେଶ ଠାରୁ ସିରିଜ ବିଜୟ ପରେ ଭାରତର ମନବଳ ଦୃଢ ରହିଛି। ତେଣୁ ପୁଣି ୱେଷ୍ଟଇଣ୍ଡିଜ ବିପକ୍ଷରେ ଉଭୟ ତିନିଟିକାଆ ଏକଦିବସୀୟ ଓ ଟ୍ବେଣ୍ଟି-୨୦ ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ ପଡ଼ିଆକୁ ଓହ୍ଲାଇବ। ଭାରତ ପକ୍ଷରୁ ଉଭୟ ସିରିଜରେ କିଙ୍ଗ କୋହଲି ଅଧିନାୟକ ଓ ହିଟ୍ ମ୍ୟାନ ରୋହିତ ଶର୍ମା ଉପଅଧିନାୟକ ଭାର ସମ୍ଭାଳିବେ।
ୱେଷ୍ଟଇଣ୍ଡିଜ ପକ୍ଷରୁ କୈରନ୍ ପୋଲାର୍ଡ ଉଭୟ ଦଳର ନେତୃତ୍ବ ନେବେ। ସେହିଭଳି ଦିନିକିଆ ଦଳରେ ସାଇ ହୋପ୍ ଓ ଟ୍ବେଣ୍ଟି-୨୦ ଦଳରେ ନିକୋଲାସ୍ ପୁରନ୍ ଉପଅଧିନାୟକ ଭାବେ ଦାୟିତ୍ବ ତୁଲାଇବେ।