OnaKhabar

କାଲିଠୁ କଡ଼ାକଡ଼ି ହେବ ସଡ଼କ ସୁରକ୍ଷା ନିୟମ, ପୋଲିସ ନଧରିଲେ ବି ଜରିମାନା

106

ଭୁବନେଶ୍ୱର : ଆସନ୍ତାକାଲିଠାରୁ ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି ଭାବରେ ଲାଗୁ ହେବ । କିନ୍ତୁ ଗାଡ଼ି ଚାଳକଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ୩ ମାସ କୋହଳ କରିଥିବାର ଜଣା ପଡିଛି । ସଂଶୋଧିତ ମୋଟର ଯାନ ଆଇନକୁ କଡ଼ାକଡ଼ି ଭାବେ ଡିସେମ୍ବର ପହିଲାରୁ ପାଳନ ପାଇଁ ପୂର୍ବ ନିର୍ଦ୍ଧାରିତ ସମୟସୀମାକୁ ରାଜ୍ୟ ସରକାର ଆଉ ୩ମାସ ବୃଦ୍ଧି କରିଛନ୍ତି । ତେଣୁ ଏବେ ଚାଳକଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହେବନି । ହେଲେ ଯେଉଁମାନେ ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଉଥିବେ ଧରାପଡ଼ିଲେ ସେମାନେ ଦଣ୍ଡିତ ହେବେ।
ଏନେଇ ସମସ୍ତ ଜିଲ୍ଲାପାଳ ଓ ପୁଲିସ ଏସ୍‌ପିଙ୍କୁ ଗାଇଡଲାଇନ୍ ଜାରି କରାଯାଇଛି। ଜୀବନ ପ୍ରତି ବିପଦ ଥିବା ୧୦ଟି ଦିଗ ପ୍ରତି ବିଶେଷ ଭାବେ ଦୃଷ୍ଟି ଦେବାକୁ ଟ୍ରାଫିକ ଓ ପୁଲିସ୍‌ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ସଡ଼କ ନିରାପତ୍ତାକୁ କେହି ଉଲ୍ଲଘଂନ କଲେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କୁ ଧରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲିଠୁ ଆବଶ୍ୟକ ଡକ୍ୟୁମେଣ୍ଟ ଯାଞ୍ଚ ନ ହେଲେ ମଧ୍ୟ ଜୀବନ ପ୍ରତି ବିପଦ ଥିବା କିଛି ଦିଗକୁ ଗୁରୁତ୍ୱ ଦିଆଯାଇଛି। । ଯେପରିକି, ହେଲମେଟ୍ ପିନ୍ଧି ନଥିଲେ, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ, ରେଡ୍ ଲାଇଟ୍ ନ ମାନିଲେ, ମଦ ପିଇ କିମ୍ବା ମୋବାଇଲ୍‌ରେ କଥା ହୋଇ ଗାଡ଼ି ଚଳାଉଥିଲେ, ଦୁଇ ଚକିଆରେ ୩ ଜଣ ବସିଥିଲେ, ଚାରି ଚକିଆ ଯାନରେ ସିଟ୍‌ବେଲ୍ଟ ନ ବାନ୍ଧି ଡ୍ରାଇଭିଂ କରୁଥିଲେ, ଯଦି ଓଭର ଲୋଡିଂ କରିଥିଲେ ଦଣ୍ଡିତ ହେବେ ଚାଳକ। ଏଥିସହ ଗାଡ଼ି ଚାଳନାରେ ତ୍ରୁଟି ଧରାପଡ଼ିଲେ ଡକ୍ୟୁମେଣ୍ଟ ଯାଞ୍ଚ ବାଧ୍ୟତାମୂଳକ ନେଇ ଚିଠିରେ ନିର୍ଦ୍ଦେଶ ରହିଛି ।
ସେହିପରି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସୂଚନା ଅନୁଯାୟୀ, ପୋଲିସ ନଧରିଲେ ମଧ୍ୟ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ | ଟ୍ରାଫିକ ନିୟମ ଉଲଂଘନ କଡାକଡି ଭାବେ ଯାଂଚ ସକରା ଯାଉଛି | ଜରିମାନା ନଦେଲେ ଖିଲାପୀଙ୍କ ଖାତାରେ ବକେୟା ପଡିବ ଏବଂ ଆରଟିଓ ଅଫିସରେ ଖାତାରେ ଗ଼ଡି ଚାଲିବ ଜରିମାନା | ଆରଟିଓ ଖାତାରେ ଗଡୁଥିବା ଜରିମାନା ଲୋକଙ୍କୁ ସୁଧ ସହ ଦେବାକୁ ପଡିବ | ଲୋକଙ୍କ ସହ ଯୁକ୍ତିତର୍କ ନକରିବାକୁ କର୍ମଚାରୀ ମାନଙ୍କୁ କୁହା ଯାଇଥିବାର ସୂଚନା ଦେଇଛନ୍ତି ପୋଲିସ କମିଶନର | ଯେଉଁମାନେ ଭଲରେ ନଦେବେ ତାଙ୍କ ଜରିମାନା ଖାତାରେ ଗଡିବ | ଏପରିକି ପୋଲିସ ନଧରିଲେ ସୁଦ୍ଧା ଜରିମାନା ଦେବାକୁ ପଡିବ | ନିୟମ ଉଲଂଘନକାରୀକୁ ସିସିଟିଭି ମାଧ୍ୟମରେ ଚିହ୍ନଟ କରାଯିବ | ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ନିକଟକୁ ଚାଲାଣ ପଠାଯିବ ବୋଲି ଶ୍ରୀ ଷଡଙ୍ଗୀ ସୂଚନା ଦେଇଛନ୍ତି |