OnaKhabar

ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

15

ଭୁବନେଶ୍ୱର: ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସିଏଜି ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ସରକାର ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ବଜେଟ କରିଥିଲେ । ୧୩ ହଜାର ୩୬୭ କୋଟି ରାଜସ୍ୱ ଅଧିକ ଆଦାୟ ହୋଇଥିବା ରାଜ୍ୟ ସରକାର ଦେଖାଇଛନ୍ତି । ତେବେ ୧୨ ହଜାର ୧୩୦ କୋଟି ମାର୍କେଟରୁ ସରକାର କାହିଁକି ଋଣ କରିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି । ଚାଷ କ୍ଷେତ୍ରରେ ୯୪୬ କୋଟି ଟଙ୍କା ଓ ମହିଳା, ଶିଶୁ ବିକାଶ କ୍ଷେତ୍ରରେ ୯୨୨ କୋଟି ଟଙ୍କା କେନ୍ଦ୍ର ସରକାରକୁ ଫେରାଇଛନ୍ତି । ସେହିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୮୧ କୋଟି ଟଙ୍କା ଫେରସ୍ତ କରାଯାଇଛି ।
ରାଜ୍ୟ ସରକାର ସାମାଜିକ କ୍ଷେତ୍ରରେ ଟଙ୍କା ଖର୍ଚ୍ଚ କରିବାକୁ ଇଛୁକ ନୁହଁନ୍ତି ବୋଲି ଏଥିରୁ ଜଣାପଡୁଥିବା ବିଜେପି ଅଭିଯୋଗ କରିଛି । ଅପରପକ୍ଷରେ ପୂର୍ତ୍ତ ବିଭାଗ ପରି ବିଭାଗ ଯେଉଥିଁରେ ବ୍ୟାପକ ହରିଲୁଟ କରିହେବ ସେଥିରେ ବ୍ୟାପକ ଖର୍ଚ୍ଚ କରୁଛନ୍ତି ସରକାର । ପୂର୍ତ୍ତ ବିଭାଗର ୧୦୦ କିଲୋମିଟର ରାସ୍ତା ପାଇଁ ୨୨୯ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ମାତ୍ର ୪୮ କିଲୋମିଟର ରାସ୍ତା ତିଆରି ହୋଇଛି । ଚିଟଫଣ୍ଡ ପାଇଁ ହୋଇଥିବା କର୍ପସ ଫଣ୍ଡ, ଆଳୁ ମିଶନ, କାଜୁ ଚାଷର ଉନ୍ନତୀକରଣ, ମାଲେରିଆ ନିରାକରଣ ପାଇଁ ସରକାର ଟଙ୍କାଟିଏ ଖର୍ଚ୍ଚ କରିନାହାନ୍ତି ବୋଲି ସେ କହିଛନ୍ତି |