OnaKhabar

ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ : କଂଗ୍ରେସ ବିଜେପି ମୁହାଁମୁହିଁ,୬୨.୮୭ ପ୍ରତିଶତ ମତଦାନ

6

ରାଂଚି : ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଛି | କାଁଭାଁ ଉତ୍ତେଜନାକୁ ଛାଡିଦେଲେ ମୋଟାମୋଟି ଭାବେ ନିର୍ବାଚନ କାର୍ଯ୍ୟ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି | ସେଭଳି କୌଣସି ବଡ ଧରଣର ହିଂସାକାଣ୍ଡ ଘଟିନାହିଁ କି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନାହିଁ | ପୂର୍ବାହ୍ନ 7ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଅପରାହ୍ନ 3ଟାରେ ଶେଷ ହୋଇଛି | କିନ୍ତୁ କଂଗ୍ରେସ ପକ୍ଷରୁ ବିଜେପି ପ୍ରାର୍ଥୀ ବୁଥ ଲୁଟ କରିବାର ଅଭିଯୋଗ କରା ଯାଇଥିଲା ବେଳେ କଂଗ୍ରେସ ପ୍ରର୍ଥୀ ବନ୍ଧୁକ ଧରି ବୁଲୁଥିବାର ଅଭିଯୋଗ ବିଜେପି କରିଛି | ଏହା ଉପରେ ନିର୍ବାଚନ କମିଶନ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ମାଗିଛନ୍ତି |

 

ଆଜି 13ଟି ବିଧାନସଭା ଆସନର 6ଟି ଜିଲ୍ଲାରେ ଭୋଟ ଗ୍ରହଣ ହୋଇଥିଲା | ଚଇନପୁର ଅଂଚଳର ଓସିଆରା ଗାଁରେ କଂଗ୍ରେସ ଓ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ବିଜେପି ପ୍ରର୍ଥୀ ଆଲୋକ ଚୌରାସଆ ଓ ତାଙ୍କ ସସମର୍ଥକ ମାନେ ବୁଥରେ ପଶି ଲୁଟ କରିଥିବା କଂଗ୍ରେସ ପ୍ରର୍ଥୀ କେଏନ ତ୍ରପାଠୀ ଅଭିଯୋଗ କରିଛନ୍ତି | ଅନ୍ୟ ପଟରେ ଦୌଲତଗଞ୍ଜର କଂଗ୍ରେସ ପ୍ରର୍ଥୀ କେଏନ ତ୍ରିପାଠୀ ରିଭରବଲ୍ ଧରି ବୁଲୁଥିବା ନେଇ ଅଭିଯୋଗ ହୋଇଛି | ଏହି ଅଭିଯୋଗକୁ ନିର୍ବାଚନ କମିଶନ ଗୁରୁତର ଭାବେ ନେଇଛନ୍ତି ଓ ଏହା ଉପରେ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଛନ୍ତି | ଶ୍ରୀ ତ୍ରିପାଠୀଙ୍କୁ ବୁଥ ଭିତରକୁ ଯିବା ପାଇଁ ବିଜେପି ସମର୍ଥକମାନେ ଅଟକାଇଥିଲେ ,ଏଥିରେ କଂଗ୍ରେସ ସମର୍ଥକ ମାନେ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | କିନ୍ତୁ ମହଜୁଦ ଲଥିବା ସୁରକ୍ଷାକର୍ମୀ ପରିସ୍ଥୁିତିକୁ ନିୟନ୍ତ୍ରଣ କରିଥିଲେ |
ଝାଡଖଣ୍ଡରେ 5ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ | ପ୍ରଥମ ପର୍ଯ୍ୟାୟର ମତଦାନ ସରିଛି | ଆଜିଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀ ଭାବେ ରାଜ୍ୟସ୍ୱାସ୍ଥ୍ୟମନ୍ତ୍ରୀ ବିଜେପି ନୋମିନି ରାମଚନ୍ଦ୍ର ଭାନସିଂ ଓ ରାଜ୍ୟ ପିସିସି ସଭାପତି ଏବଂ ପୂର୍ବତନ ଆଇପିଏସ ଅଫିସର ରାମେଶ୍ୱର ଓରାଣଙ୍କ ଭାଗ୍ୟ ନିର୍ଧାରିତ ହୋଇଛି | 189ଜଣ ପ୍ରର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ ହୋଇଛି | 37 ଲକ୍ଷ 83 ହଜାର 55 ଭୋଟର ମତଦାନ କରିବାର ଥିଲା | ଏଥିରେ 18 ଲକ୍ଷ 1 ହଜାର 356ଜଣ ମହିଳା ଓ 5ଜଣ ତୃତୀୟଲିଙ୍ଗୀ ଅନ୍ତର୍ଭୁକ୍ତ | 62.87 ପ୍ରତିଶତ ମତଦାତା ମତଦାନ କରିଥିବା କୁହା ଯାଉଛି | କିନ୍ତୁ ଏହି ମତଦାନ ହାର ଅଧିକ ହେବ ବୋଲି ଦର୍ଶା ଯାଉଛି|