OnaKhabar

କୁଚ୍ ବିହାର ଟ୍ରଫି : ଓଡିଶା-ବରୋଦା ଦ୍ୱିତୀୟ ଦିରେ ପରିକ୍ଷିତ ପଟିଦାରଙ୍କ ଶତକ

12

ବଲାଙ୍ଗିର -ସ୍ଥାନୀୟ ଗାନ୍ଧି ଷ୍‌ଟାଡିୟମରେ ଶୁକ୍ରବାରଠାରୁ ଘରୋଇ ଓଡିଶା ଓ ବରୋଦା ମଧ୍ୟରେ ୧୯ ବର୍ଷରୁ କମ୍ କୁଚ୍ ବିହାର ଟ୍ରଫି କ୍ରିକେଟ ମୁକାବିଲା । ଏଲିଟ୍ ଗ୍ରୁପ୍ ‘ସି’ର ଏହି ୪ ଦିନିଆ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବରୋଦା ଦଳ ୯ ୱିକେଟ ହରାଇ ୫୦୯ ରନ୍ ସଂଗ୍ରହ କରି ଇନିଂସ ସମାପ୍ତି ଘୋଷଣା କରିଥିଲେ । ବରୋଦା ପକ୍ଷରୁ ପରିକ୍ଷିତ ପଟିଦାର ସର୍ବାଧିକ ୧୧୪ରନ୍‌(୧୫୪ବଲ)ଅର୍ଥବ କରୁଲାକର ୯୩ରନ୍‌(୧୩୭ ବଲ) ଏବଂ ମଲହାର ଗେଭାରିଆ ୮୩ରନ୍‌(୧୦୫ ବଲ) ର ସମ୍ମୁଖିନ ହୋଇ ସଂଗ୍ରହ କରିଥିଲେ । ଓଡିଶା ଦଳ ପକ୍ଷରୁ ଅଙ୍କିତକର ଜୟଶ୍ୱାଲ ସର୍ବାଧିକ ୫ ଟି ୱିକେଟ ଓ ସୁମନ ଦାସ ଓ ସନ୍ଦୀପ ଚୌହାନ ଉଭୟ ୨ଗୋଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଓଡିଶା ଦଳ ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ ୧୬ ରନ୍ ସଂଗ୍ରହ କରିଛନ୍ତି । ବରୋଦା ପକ୍ଷରୁ ଆଶୁତୋଷ ଦାସ ଓ ମହେଶ ପତିଆ ୧ଗୋଟି ଲେଖାଏ ୱିକେଟ ଅକ୍ତିଆର କରିଥିଲେ ।