OnaKhabar

କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟ

25

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଦିନକୁ ଦିନ ପରିବର୍ତ୍ତନ ଆଣୁଛନ୍ତି । କଲେଜରେ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ହେଲେ ୭୫ ପ୍ରତିଶତ ଉପସ୍ଥାପନ ବାଧ୍ୟ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନେଇ ରାଜ୍ୟର ସମସ୍ତ ମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତର କଲେଜ ଅଧ୍ୟକ୍ଷ/ଅଧକ୍ଷାଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଚ୍ଚ ଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷ/ଅଧକ୍ଷାଙ୍କୁ ସୂଚିତ କରିଛନ୍ତି । ଉଚ୍ଚମାଧ୍ୟମିକ ଶିକ୍ଷା ବିଭାଗର ଚିଠି ନମ୍ବର ୧୩୫୫୯/ଏଚଇରେ ଉଲ୍ଲେଖ ରହିଛି କି ଏଣିକି ସମସ୍ତ କଲେଜ ଛାତ୍ରଛାତ୍ରୀମାନଙ୍କ ଶ୍ରେଣୀରେ ଉପସ୍ଥାନ ଅତିକମ୍ରେ ୭୫ ପ୍ରତିଶତ ରହିବା ଆବଶ୍ୟକ।
କୌଣସି ଛାତ୍ରଛାତ୍ରୀଙ୍କ ଯଦି ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଶ୍ରେଣୀରେ ରୁହେ ତେବେ ତାଙ୍କୁ ବାର୍ଷିକ ପରୀକ୍ଷାରେ ବସିବାର ପ୍ରକାର ଅନୁମତି ଦିଆଯିବ ନାହିଁ। ଏଭଳି ପରିସ୍ଥିତିରେ ୭୫ ପ୍ରତିଶତରୁ କମ୍ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ଏକ୍ସଟା କ୍ଲାସ୍ କରି ତାହାକୁ ପୂରଣ କରିବାକୁ ହେବ।
ତେଣୁ ପିଲାମାନଙ୍କୁ ବାର୍ଷିକ ପରୀକ୍ଷା ପୂର୍ବରୁ ଆଗୁଆ ସଚେତନ କରାଇବା ପାଇଁ ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତର କଲେଜ ଅଧ୍ୟକ୍ଷ/ଅଧକ୍ଷାଙ୍କୁ ନେଇ ଏ ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ବିଭାଗର କମିସନ୍ର ଓ ଅଧ୍ୟକ୍ଷ ଶାଶ୍ୱତ ମିଶ୍ରା ଚିଠି କରିଛନ୍ତି।