OnaKhabar

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

29

ମେଷ: ଗତକାଲି ଯେଉଁଥି ପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ । ସାହାଯ୍ୟ କରିବାକୁ କଥା ଦେଇଥିବା ବନ୍ଧୁ ପରୋକ୍ଷରେ ଓଲଟା କଥା କହିବାକୁ ପଛେଇବେ ନାହିଁ । ଆତ୍ମୀୟ ସ୍ୱଜନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ ।

ବୃଷ: ମନର ଭାବନାକୁ ଗୋପନ ରଖି ନମ୍ର ଓ ମଧୁର ବଚନ ମାଧ୍ୟମରେ କାମ ହାସଲ କରିବାରେ ସମର୍ଥ ହେବେ । ସଭା ସମିତି କିମ୍ବା ପ୍ରଶାସନିକ ସ୍ତରରେ ଦୀର୍ଘ ଆଲୋଚନା ଶେଷରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ ।

ମିଥୁନ: ପରିବାରରେ ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ । ଦୂର ବନ୍ଧୁ ଆଜି ଆପଣଙ୍କୁ ସହଯୋଗ କରିବେ । ନିଜର ଭୁଲ ଯୋଗୁ ମନୋବଳ ଭାଙ୍ଗିଯିବାର ସମ୍ଭାବନା ଅଛି ।

କର୍କଟ: ଆଜି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ହାସଲ କରିବେ । ତଥାପି ଆପଣଙ୍କ କାମରେ ଇର୍ଷାନ୍ୱିତ ଖଳ ପ୍ରକୃତି ଲୋକମାନେ ବିରୋଧାଚରଣ କରିପାରନ୍ତି । ପରିବାର ସଦସ୍ୟଙ୍କୁ ଅଣଦେଖା କରିପାରନ୍ତି ।

ସିଂହ: ଗତକାଲିର ଯୋଜନା ଠିକ ଭାବରେ ବଦଳାଇବା ପାଇଁ ଲଜ୍ଜାକର ହେବ । ମାନସିକ ସ୍ତରରେ ଅଶାନ୍ତି ରହିପାରନ୍ତି । ମହିଳାମାନେ ଆର୍ôଥକ ପରିସ୍ଥିତି ଦେଇ ଗତି କରିବେ ।

କନ୍ୟା: ପାରିବାରିକ ଜୀବନରେ କ୍ରୋଧିତ ହୋଇପାରନ୍ତି । ଆୟ ଖୁବ ଭଲ ହେବ । ଧୈର୍ଯ୍ୟର ସହ କାର୍ଯ୍ୟ କରି ଖୁସି ହେବେ । ସେବା ମୂଳକ କାର୍ଯ୍ୟରେ ଆଗଭର ହେବେ ।

ତୁଳା: ଆଜି ମାନସିକ ଦୃଢ଼ତା ବଢ଼ିବ । ଯାତ୍ରାଦିରେ ଖର୍ଚ୍ଚ ବଢ଼ିବ । ମନରେ କଷ୍ଟ ଲାଗିପାରେ । କାର୍ଯ୍ୟରେ ସଫଳତା ହାସଲ କରିବେ । ନିଜ କାର୍ଯ୍ୟରୁ ଆନନ୍ଦ ପାଇବେ । ଭୋଜନାଦିରେ ତୃପ୍ତି ହେବ ।

ବିଛା: ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ । ଜମିକ୍ରୟ କରିପାରନ୍ତି । ଗୃହ ନିର୍ମାଣରେ ଲାଗି ପଡ଼ିବେ । ନିତ୍ୟ ବ୍ୟବହାର ପଦାର୍ଥ କ୍ରୟ କରିବେ । ମହିଳାମାନେ ସ୍ୱର୍ଣ୍ଣ କିଣିପାରନ୍ତି ।

ଧନୁ: ପୂର୍ବ ସ୍ଥିରାକୃତ ଚୁକ୍ତି ଅନୁସାରେ ଯୁଦ୍ଧକାଳୀନ ଭିତିରେ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବନ୍ଧୁ ଗହଣରେ ପ୍ରିୟ କଥା କହି ବିବାଦୀୟ ସମସ୍ୟା ସୁଧାରିନେବା ସକାଶେ ଚେଷ୍ଟା କରିପାରନ୍ତି । ବାରମ୍ବାର ଭ୍ରମଣ ହେତୁକ କ୍ଳାନ୍ତି ଅବସାନ ଦେଖା ଦେଇପାରେ ।

ମକର: ଆଜି କୌଣସି ପଦକ୍ଷେପ ନେବା ସକାଶେ ପଛେଇଯିବେ । ଗୃହ, ଭୂମି, ଗାଡ଼ି କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ବହୁତ ବଡ଼ କାମଟିକୁ ହାତକୁ ନେଇ ପାରନ୍ତି । ମହିଳା ମାନେ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି ।

କୁମ୍ଭ: ଆଜି ସକାଳୁ ସକାଳୁ ଦେବଦର୍ଶନରେ ଆନନ୍ଦ ପାଇବେ । କର୍ମକ୍ଷେତ୍ର ଓ ବ୍ୟବସାୟରେ ଲାଭବାନ ହେବେ । ମାଲିମୋକଦ୍ଦମାରେ ବିଜୟଲାଭ କରିପାରନ୍ତି ।

ମୀନ: ଆଜି ବ୍ୟବସାୟ ଓ ବାଣିଜ୍ୟ ଆନୁଷ୍ଠାନିକ କାମରେ ସହଯୋଗ କରିବେ । ସ୍ତ୍ରୀର ପ୍ରେରଣା ପାଇବେ । ଯାତ୍ରାରେ ସମ୍ମାନିତ ହେବେ । ଅତିଥି ସକ୍ରାର କରିପାରନ୍ତି । ଦୂର ଯାତ୍ରାର ଯୋଗ ଅଛି ।