OnaKhabar

ମହାରାଷ୍ଟ୍ର ରାଜନୀତିକୁ ନେଇ ମୁହଁ ଖୋଲିଲେ ରାକ୍ଷୀ ସାୱନ୍ତ…….

13

ମୁମ୍ବାଇ : ବିଭିନ୍ନ ସମୟରେ ନିଜର ବିବାଦିୟ ମତକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ହେଲେ ଏଥର ରାକ୍ଷୀ ଫିଲ୍ମ କିମ୍ବା ଫିଲ୍ମ ଷ୍ଟାରଙ୍କ ନୁହେଁ ବରଂ ଅନ୍ୟ ଏକ ପ୍ରସଙ୍ଗରେ ମୁହଁ ଖୋଲିବାର ଦେଖିବାକୁ ମିଳିଛି । ସେ ମହାରାଷ୍ଟ୍ର ରାଜନୀତିକୁ ନେଇ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଥିବା ବେଳେ ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ବୋଲି ପୋଷ୍ଟରେ ଉଲ୍ଲେଖ ମଧ୍ୟ କରିଥିଲେ । ରାକ୍ଷୀ ତାଙ୍କ ଭିଡିଓରେ ଉଦ୍ଧବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ କେବଳ ମରାଠା ନୁହଁନ୍ତି ସମସ୍ତ ମହାରାଷ୍ଟ୍ରବାସୀ ଉପକୃତ ହେବେ ବୋଲି କହିଥିଲେ। ତେବେ ଏଥିପାଇଁ ସେ ଯେଉଁ କାରଣ କହିଛନ୍ତି ତାହା ହିଁ ହେଉଛି ରୋଚକ । ଭିଡିଓରେ ଶିବସେନା ମୁଖ୍ୟମନ୍ତ୍ରୀ ହେଲେ ଦେଶରେ ଆତଙ୍କବାଦ ଘଟଣା ଘଟିବ ନାହିଁ ବୋଲି ରାକ୍ଷୀ କହିଛନ୍ତି । ଭିଡିଓରେ ରାକ୍ଷୀ ଶରଦ ପାୱାରଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। ପାୱାରଙ୍କ ନିଷ୍ପତ୍ତିକୁ ରାକ୍ଷୀ ସମର୍ଥନ କରିବା ସହ ରାଜ୍ୟରେ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଥିବାର ଦେଖିବାକୁ ମିଳିଛି |