OnaKhabar

କୁଚ୍ ବିହାର ଟ୍ରଫି : ଓଡିଶା-ବରୋଦା ମୁକାବିଲା ଓଡିଶାର ବ୍ୟାଟିଂ ବିପର୍ଯୟ, ମଝବୁତ ସ୍ଥିତି ରେ ବରୋଦା

9

ବଲାଙ୍ଗିର(ଦେବାଶିଷ ମିଶ୍ର )- ସ୍ଥାନୀୟ ବଲାଙ୍ଗିର ଗାନ୍ଧି ଷ୍ଟାଡିୟମ ଠାରେ ଆରମ୍ଭ ହୋଇଥିବା କୁଚ୍ ବିହାର ଟ୍ରଫିର ପ୍ରଥମ ଦିବସରେ ଆଜି ସକାଳେ ଏହାର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ବଲାଙ୍ଗିର ସୁପରିଟେଣ୍ଟଣ୍ଟ ଅଫ ପୋଲିସ ଏମ ସନ୍ଦିପ ସମ୍ପଦ ଓ ସମ୍ମାନିତ ଅତିଥିଭାବେ ଓଡିଶା କ୍ରିକେଟ ଏସୋସିଏସନର ଯୁଗ୍ମ ସମ୍ପାଦକ ମେହେତାବ ଖାନ ଓ ନୂଆଁପଡା ଜିଲ୍ଳା କ୍ରୀଡାସଂସଦର ସାଧାରଣ ସମ୍ପାଦକ ଭୈରବ ସାହୁ ଓ ବରଗଡ ଜିଲ୍ଲା କ୍ରିକେଟ ସମ୍ପାଦକ ରବିନାରାୟଣ ପଣ୍ଡା ଖେଳାଳୀଙ୍କ ସହ କରମର୍ଦ୍ଦନ କରି ଶୁଭେଚ୍ଛା ଜଣାଇଥିଲେ । କ୍ରୀଡାସଂସଦର ସଭାପତି ଡ. ଶ୍ରୀକର ମିଶ୍ର, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, କ୍ରିକେଟ ସମ୍ପାଦକ ଓମ୍‌ପ୍ରକାଶ ଚାନ୍ଦ ଉପସ୍ଥିତ ଥିଲେ ।

ସକାଳେ ଟସ୍ ଜିତି ଓଡିଶା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଓଡିଶା ଦଳ ସମ୍ପୁର୍ଣ୍ଣ ଭାବରେ ବ୍ୟାଟିଂ ବିପର୍ଯ୍ୟୟ ଘଟି ମାତ୍ର ୧୦୯ ରି ଅଲ୍‌ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ସର୍ବାଧିକ ମାନସ ରଂଜନ ନାଏକ ୩୦ ଓ ରାକେଶ ବିଶ୍ୱାଳ ୨୧ରନ୍ କରିଥିଲେ । ଏହା ବ୍ୟତିତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ରନ୍ କରିପାରି ନଥିଲେ । ପ୍ରଥମ ଦିନରେ ହିଁ ଓଡିଶା ଦଳ ବରୋଦା ଦଳର ବୋଲିଂର ଉଚିତ ମୁକାବିଳା କରିନପାରି ତାସ ଘର ପରି ଭୁଷୁଡି ପଡିଥିଲା । ବରୋଦା ଦଳ ପକ୍ଷରୁ ଆଶୁତୋଷ ଦାସ ସର୍ବାଧିକ ୫ ଗୋଟି ଉଇକେଟ୍ ଓ ଅର୍ଚନ କୋଠାରି ୩ ଗୋଟି ଉଇକେଟ ଅକ୍ତିଆର କରିଥିଲେ ଯାହା ଫଳରେ ଓଡିଶା ଦଳ ୧୦୯ରନ୍ କରିବାକୁ ସକ୍ଷମ ହୋଇଥିଲେ । ଏହାର ଯବାବରେ ବରୋଦା ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୧୫୧ ରନ୍ ସଂଗ୍ରହ କରି ମଜବୁତ ସ୍ଥିତିରେ ରହିଛି । ବରୋଦା ଦଳ ପକ୍ଷରୁ ଦୈର୍ଯ୍ୟ ଆର ପାଣ୍ଡେ ୫୨, ଲକ୍ଷଜିତ ପଢ଼ିଆର ୪୯, ଅଂଶ ପୁଟେଲ ୨୧ ଓ ଅଥର୍ବ କୁଲକର ୨୩ ରନ କରିଥିଲେ । ଓଡିଶା ଦଳର ଦୁର୍ବଳ ଫିଲ୍ଡିଙ୍ଗ୍‌ର ସୁଯୋଗ ନେଇ ବରୋଦା ଦଳ ଏକ ବଡ ସ୍କୋର କରିବା ଯାଉଛି । ଓଡିଶା ଦଳ ପକ୍ଷରୁ ସଫଳ ବୋଲର ଭାବରେ ଅଙ୍କିତ କର, ଜୟଶ୍ୱାଲ ଏବଂ ସନ୍ଦିପ ଚୌହାନ ୧ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।