OnaKhabar

ଇସ୍ତାହାରରେ ଜେଏମଏମ ଦେଖାଇଛି ଅନେକ ସ୍ଵପ୍ନ

11

ରାଂଚି : ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଜିତିବା ପାଇଁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)
ମହିଳାମାନଙ୍କୁ ଟାର୍ଗେଟରରେ ରଖିଛି । କଂଗ୍ରେସ,ବିଜେପି ଓ ଅନ୍ୟ ଦଳ ମାନେ ବିଭିନ୍ନ ପ୍ରକାର
ପ୍ରତିଶ୍ରୁତି ଦେଇଥିବା ବେଳେ ଜେଏମଏମ ଏକ ଭିନ୍ନ ଧରଣର ପ୍ରତିଶ୍ରୁତି ଲୋକଙ୍କ ଆଗରେ ରଖିଛି ।
ଜେଏମଏମ ସଭାପତି ଶିବୁ ସୋରେନ୍ ଜାରି କରିଥିବା ପାର୍ଟିର ନିର୍ବାଚନୀ ଇସ୍ତାହାରରେ ଅନେକ
କିଛି ପ୍ରତିଶ୍ରୁତି ଝାଡଖଣ୍ଡ ଭୋଟରଙ୍କ ପାଇଁ ରଖିଛନ୍ତି । ଦଳ ତାର ପାରମ୍ପାରିକ ଭୋଟରଙ୍କୁ ଦୃଷ୍ଟିରେ
ରଖି ବିଭନ୍ନ ପ୍ରସ୍ତାବ ରଖିଛି । ମୁଖ୍ୟତଃ ଆଦିବାସୀମାନଙ୍କୁ ମଧ୍ୟ ଦଳ ତାର ଭୋଟ ବ୍ୟାଙ୍କ ଭାବେ
ଧରି ଇସ୍ତାହାର ଜାରି କରିଛି । ଝାଢଖଣ୍ଡ ମୂଳ ବାସିନ୍ଦାମାନଙ୍କ ପାଇଁ ଦଳ ପ୍ରତିଶ୍ରୁତି ରଖିଛି ।
ଜାରି ଇସ୍ତାହାରରେ ଘରୋଇ ମହିଳା ମାନଙ୍କ ପାଇଁ ରୋଷେଇ ଖର୍ଚ୍ଚ ଭାବରେ ଏକ ନୂଆ ଆର୍ଥିକ
ସହାୟତାର ପ୍ରତିଶ୍ରୁତି ଦେଇଛି । ରୋଷେଇ ଖର୍ଚ୍ଚ ପାଇଁ ୨୦୦୦ ଟଙ୍କା ଲେଖାଏଁ ମହିଳା ମାନଙ୍କୁ
ମିଳିବ ।


ଏପରିକି ଦଳ କହିଛି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମରୁ ପିଏଚଡି ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ଦିଆଯିବ ।
ମାଗଣାରେ ରାଜ୍ୟରେ ଝିଅମାନେ ଉଚ୍ଚଶିକ୍ଷା ପାଇ ପାରିବେ । ଯିବଗୋଷ୍ଟୀଙ୍କୁ ଆକୃଷ୍ଟ କରିବା ପାଇଁ ,
ବେକାରଙ୍କୁ ନିଯୁକ୍ତି ଦେବା ପାଇଁ ଦଳ ପ୍ରତିଶ୍ରୁତି ଦେଇଛି । ଝାଡଖଣ୍ଡର ସ୍ଥାନୀୟ ବାସିନ୍ଦାମାନଙ୍କ
ପାଇଁ ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖା ଯାଇଛି ।
ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ପରିବାରକୁ ବାର୍ଷିକ ୭୨୦୦୦ ଟଙ୍କା ଆର୍ଥିକ ସହାୟତା ମିଳିବ
ା ମହିଳାମାନଙ୍କୁ ୪ଲକ୍ଷ ଟଙ୍କା ଯାଏଁ ରୂଣ ସୁବିଧାର ବ୍ୟବସ୍ଥା ରଖା ଯାଇଛି । ଝାଡଖଣ୍ଡ ମୂଳ
ବାସିନ୍ଦାଙ୍କୁ ସିଧାସଳଖ ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ଠିକା ସରକାରୀ କାମ ଦିଆଯିବ । ଧୋତି,ଶାଢୀ
ଓ ଲୁଙ୍ଗୀ ପ୍ରଭୃତି ମାତ୍ର ୧୦ ଟଙ୍କାରେ ଉପଲବ୍ଧ ହେବ । ଚାଷୀ ମାନଙ୍କର ସମ୍ପୂର୍ଣ୍ଣ ରୂଣ ଛାଡ
କରାଯିବ । ପଛୁଆ ଶ୍ରେଣୀଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଚାଷୀଙ୍କ ଧାନର ସହାୟକ ମୂଲ୍ୟ ପାଇଁ
କ୍ୱିଣ୍ଟାଲ ପିଛା ୨୩୦୦ରୁ ୨୭୦୦ ଟଙ୍କା ,୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣାରେ ବିଜୁଳି,ସରକାରୀ
ଚାକିରୀରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଏହିପରି ଅନେକ ଲୋଭନୀୟ ସ୍ୱପ୍ନ
ଜେଏମଏମ ଭୋଟରଙ୍କ ପାଇଁ ରଖିଛି ।