OnaKhabar

କଂଗ୍ରେସର ଇସ୍ତାହାରରେ ଚାଷୀ ଓ ବେକାରଙ୍କୁ ପ୍ରାଧାନ୍ୟ,ରାତି ପାଇଲେ ଭୋଟ

8

ରାଂଚି : ଝାଡଖଣ୍ଡରେ ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ପ୍ରଭାବିତ କରିବାପାଇଁ କଂଗ୍ରସ ଚାଷୀ ଓ ବେକାରଙ୍କୁ ପ୍ରାଧାନ୍ୟ ଦେଇଛି | କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ଇସ୍ତାହାରରେ ଅନେକ ପ୍ରତିଶୃତି ଦେଇଛି | ୫ ଟି ପର୍ଯ୍ୟରେ ନିର୍ବାଚନ ହେବାକୁ ଯାଉଛି | ଶନିବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ |
ଏଥରେ ଚାଷୀଙ୍କୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୂଣ ଛାଡ ସହ ଧାନର ସର୍ବନିମ୍ନ ମୂଲ୍ୟ ୨,୫୦୦ ଟଙ୍କା କରିବାକୁ ଦଳ କହିଛି | ବନଜାତ ସମ୍ପଦ ପାଇଁ ରାଜ୍ୟରେ ନୂଆ ଆଇନ,ରାଂଚିରେ ମୋଟ୍ରୋ ଟ୍ରେନ,୧୦ ହଜାରରୁ କମ ଆୟ ବିଶିଷ୍ଟ ପ୍ରତି ପରିବାରର ଝିଅଙ୍କୁ ମାଗଣାରେ ସାଇକେଲ ଯୋଗାଇ ଦେବା , ପେଟ୍ରୋଲ ଏବଂ ଡିଜେଲକୁ ଭ୍ୟାଟମୁକ୍ତ କରିବା ସହ ପ୍ରତ୍ୟେକ ଗ୍ରାମକୁ ଇଣ୍ଟରନେଟ ସେବା ଯୋଗାଇ ଦେବାର ପ୍ରତିଶ୍ରୁତି ଦିଆ ଯାଇଛି ।


ଦଳ ପକ୍ଷରୁ ପ୍ରତି ପରିବାରର ଜଣକୁ ନିଶ୍ଚିତ ଚାକିରୀର ପ୍ରତିଶ୍ରୁତି ଦିଆ ଯାଇଛି । ପ୍ରଦେଶ କଂଗ୍ରେସ ପ୍ରଭାରୀ ଆର.ପି.ଏନ୍ ସିଂ କହିଛନ୍ତି ଯେ, ଯଦି ରାଜ୍ୟରେ କଂଗ୍ରେସର ସରକାର ଗଠନ ହୁଏ ତେବେ ସରକାର ଗଠନ ହେବାର ୬ ମାସ ମଧ୍ୟରେ ବିଭିନ୍ନ ବିଭାଗରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ ପାଇଁ ପ୍ରଥମେ ପଦକ୍ଷେପ ନିଆଯିବ । ସେହିପରି ନିର୍ବାଚନ ଇସ୍ତାହାରରେ ଯେଉଁ ପର୍ଯ୍ୟନ୍ତ ପରିବାରର ଜଣକୁ ସରକାରୀ ଚାକିରୀ ନମିଳିବ ସେ ପର୍ଯ୍ୟନ୍ତ ବେକାରୀ ଭତ୍ତା ପ୍ରଦାନ କରିବାର ପଦକ୍ଷେପ ଦଳ ନେବ ବୋଲି ସୂଚିତ କରା ଯାଇଛି । ଇସ୍ତାହାରରେ ମହିଳା ଓ ଚାଷୀଙ୍କୁ ପ୍ରାଥମିକତା ଦେଇଥିବା ବେଳେ ଅଧିକରୁ ଅଧିକ ମହିଳାଙ୍କୁ ପୋଲିସରେ ଚାକିରୀ ପ୍ରତିଶ୍ରୁତି ଦେବା ସହ ବସରେ ଏକାକୀ ଯାତ୍ରା କରୁଥିବା ମହିଳାଙ୍କୁ ନିଶୁକ୍ଲ ଯାତ୍ରାର ପ୍ରତିଶ୍ରୁତି ଦିଆ ଯାଇଛି ।
କଂଗ୍ରସର ଏତେ ସବୁ ପ୍ରତିଶୃତିକୁ ଝରଖଣ୍ଡ ଭୋଟର କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି |