OnaKhabar

ଧାରଣାରେ ପେଶାଦାର ମତ୍ସ୍ୟଜୀବୀ

6

କୃଷ୍ଣପ୍ରସାଦ : ପୁରୀ ଜିଲ୍ଲା ଅର୍ନ୍ତଗତ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକାରୁ ଘେରି ଉଚ୍ଛେଦ ଗୋଟିଏ ଦିନ ହେବାପରେ ଚିଲିକା ଦ୍ୱୀପାଞ୍ଚଳ ପେଶାଦାର ମତ୍ସ୍ୟଜୀବୀମାନେ ଏହାକୁ ବିରୋଧ କରିଛନ୍ତି । ୩ଦିନ ଧରି କୃଷ୍ଣପ୍ରସାଦ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଘେରି ଉଚ୍ଛେଦର ପ୍ରତିବାଦ କରିଛନ୍ତି । ଗୋଟିଏ ଦିନ ଘେରି ଉଚ୍ଛେଦ ପରେ ୩ଦିନ ଧରି ଉଚ୍ଛେଦ ବନ୍ଦ ରହିଛି । ଗୁରୁବାର ଅଞ୍ଚଳରୁ ହଜାର ହଜାର ପୁରୁଷ ଓ ମହିଳା ଧାରଣାରେ ସାମିଲ ହୋଇଥିଲେ । ପେଶାଦାର ମତ୍ସ୍ୟଜୀବୀଙ୍କ ସହ ତହସିଲଦାରଙ୍କ ବାରମ୍ବାର ଆଲୋଚନା ପରେ ସରକାରଙ୍କ ଆଇନ କିଛି କାମ କରିନାହିଁ । ପେଶାଦାର ମତ୍ସ୍ୟଜୀବୀଙ୍କ ଅଟଳ ଜିଦ୍ ଆଗରେ ହାର୍‌ମାନି ଶେଷରେ ତହସିଲଦାର ଜିଲ୍ଲାପାଳଙ୍କ ସହ ଆଲୋଚନା ପାଇଁ ଯାଇଥିବା ଜଣାପଡ଼ିଛି । ଏପଟେ ପେଶାଦାର ମତ୍ସ୍ୟଜୀବୀ ମହାସଂଘର ନେତୃମଣ୍ଡଳୀ ସଭାପତି କେଳୁଚରଣ ଜେନା, ସମ୍ପାଦକ କବିରାଜ ମାଝୀ, ଦୀନବନ୍ଧୁ ଜେନା, ଏକାଦଶୀ ପଲେଇ, ହେମନ୍ତ କୁମାର ଜେନା, ଶରତଚନ୍ଦ୍ର ଜେନା, ସୁରେନ୍ଦ୍ର ନାଥ ମାଝୀ, ଶ୍ରୀଧର ପଲେଇ, ଦାମୋଦର ଜେନା, ଗୋଲଖ ବିହାରୀ ସାହୁ, ପ୍ରଦୀପ କୁମାର ମାଝୀ, ହରମୋହନ ମାନସିଂହ ପ୍ରମୁଖ କହିଛନ୍ତି ଯେ ଚିଲିକାକୁ ନେଇ ଆମେ ପରିବାର ପୋଷଣ କରୁଛୁ । ଆମେ ମରିବୁ ପଛେ ଘେରି ଉଚ୍ଛେଦ କରିବାକୁ ପ୍ରଶାସନକୁ ଛାଡିବୁ ନାହିଁ । ସରକାରଙ୍କ ନିଷ୍ପତ୍ତି ବଦଳିବା ଯାଏଁ କୃଷ୍ଣପ୍ରସାଦ ତହସିଲକୁ ଘେରାଉ କରାଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।