OnaKhabar

ଏକା ସାଙ୍ଗରେ ୨୦ଟି ବ୍ରାଣ୍ଡର ଆମ୍ବାସଡର ହୋଇ ପୁଣି ରେକର୍ଡ କଲେ ଏହି ବଲିଉଡ ଅଭିନେତା

17

ମୁମ୍ବାଇ : ବଲିୁଡର ୟଙ୍ଗ ଏବଂ ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନା ଗତ ଦୁୁଇ ବର୍ଷ ମଧ୍ୟରେ ଲଗାତାର ଭାବେ ୭ଟି ହିଟ୍ ଫିଲ୍ମ ଦେଇ ଏବେ ସବୁ ଫିଲ୍ମ ନିର୍ମାତାଙ୍କ ପ୍ରଥମ ପସନ୍ଦ ହେବାରେ ସକ୍ଷମ ହୋଇ ପାରିଛନ୍ତି । ତେବେ ଏଠାରେ ସବୁଠାରୁ ବଡ଼ କଥା ହେଲା, ଆୟୁଷ୍ମାନଙ୍କ ଫିଲ୍ମ ବଡ଼ ବଜେଟର ନ ହୋଇଥିଲେ ମଧ୍ୟ ବକ୍ସ ଅଫିସରେ ତାହା ଅଧିକ ଆୟ କରିବାସହ ଦର୍ଶକଙ୍କ ମନଛୁଆଁ ମଧ୍ୟ ହୋଇ ପାରିଥାଏ । ଲଗାତାର ଅନେକ ବଡ଼ ବଡ଼ କଳାକାରଙ୍କ ରେକର୍ଡ ଭାଙ୍ଗିିବା ପରେ ଏବେ ବିଜ୍ଞାପନ କ୍ଷେତ୍ରରେ ମଧ୍ୟ ସେ ଏକ ନମ୍ବର ହୋଇଛନ୍ତି । ଏକା ସାଙ୍ଗରେ ସେ ୨୦ଟି ବ୍ରାଣ୍ଡର ଆମ୍ବାସାଡାର ବନି ଏବେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ଆୟୁଷ୍ମାନ ।

ସୂଚନା ମୁତାବକ, ୨୦୧୮ ଶେଷ ବେଳକୁ ସେ ୫ଟି ବ୍ରାଣ୍ଡର ଆମ୍ବାସାଡାର ଥିଲେ। କିନ୍ତୁ ୨୦୧୯ ଏବେ ଶେଷ ହେବାକୁ ବସିଥିବା ବେଳେ ବର୍ଷକ ମଧ୍ୟରେ ସେ ସର୍ବମୋଟ ୨୦ଟି ବ୍ରାଣ୍ଡ ପାଇଁ କାମ କରିବା ଆରମ୍ଭ କରିଛନ୍ତି । ଫିଲ୍ମ ଲଗାତାର ହିଟ୍ ହେଉଥିବା ସହ ତାଙ୍କୁ ଗୋଟେ ପରେ ଗୋଟେ ବ୍ରାଣ୍ଡ ସହ କାମ କରିବାର ସୁଯୋଗ ମିଳୁଥିବା ଜଣାପଡ଼ିଛି । ରିିୟଲ ଇଷ୍ଟେଟରୁ ଆରମ୍ଭ କରି ମୋବାଇଲ ପର୍ଯ୍ୟନ୍ତ, ବିଭିନ୍ନ ପୋଷାକର ବ୍ରାଣ୍ଡ ସହ ଘଣ୍ଟା ଓ ଚଷମା ପର୍ଯ୍ୟନ୍ତ, ପ୍ରାୟ ସବୁ ଉତ୍ପାଦ ପାଇଁ ସେ ବ୍ରାଣ୍ଡ ଆମ୍ବାସାଡାର ହୋଇ ଥିବାର ଜଣା ପଡିଛି ।