OnaKhabar

ବିଶ୍ରାମ ନେବେ କ୍ରିସ ଗେଲ : ୩ଟି ଦିନିକିଆ ମ୍ୟାଚରେ ଖେଳିବେ ନାହିଁ

30

ଜୋହାନସବର୍ଗ : ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଘୋଷଣା କରିଛନ୍ତି ଯେ, ସେ ଭାରତ ବିପକ୍ଷରେ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ୩ଟି ଦିନିକିଆ ମ୍ୟାଚର ଖେଳିବେ ନାହିଁ । ଏହାର ବଦଳରେ ସେ ୨୦୨୦ ପାଇଁ ନିଜର ଯୋଜନାକୁ କେନ୍ଦ୍ରୀତ କରିବେ । ୱେଷ୍ଟଇଣ୍ଡିଜକୁ ଭାରତରେ ୩ଟି ଟି-୨୦ ଅନ୍ତର୍ଜାତୀୟ ଓ ଦିନିକିଆ ମ୍ୟାଚ ଖେଳିବାର ଅଛି । ଗେଲଙ୍କ ଟି-୨୦ ମ୍ୟାଚ ଖେଳିବାକୁ ନେଇ ମଧ୍ୟ ସଂଦେହ କରାଯାଉଛି ।
ଗେଲ କହିଛନ୍ତି ଯେ, ୱେଷ୍ଟଇଣ୍ଡିଜ ମୋତେ ଦିନିକିଆ ମ୍ୟାଚ ଖେଳିବାକୁ ଡାକିଛି କିନ୍ତୁ ମୁଁ ଖେଳିପାରିବି ନାହିଁ । ଚନୟକର୍ତ୍ତା ଚାହାନ୍ତି ଯେ, ମୁଁ ଯୁବ ଖେଳାଳିଙ୍କ ସହିତ ମ୍ୟାଚ ଖେଳେ । ମାତ୍ର ମୁଁ ବିଶ୍ରାମ ନେବାକୁ ଚାହୁଁଛି ।

ୱେଷ୍ଟଇଣ୍ଡିଜ ସିରିଜରୁ ବାଦ ପଡିଲେ ଶିଖର ଧାୱନ