OnaKhabar

ସ୍କୁଲରେ ଛାତ୍ରୀ ପରିବା କାଟିବା ଭିଡ଼ିଓ ଭାଇରାଲ…

93

ବାଲେଶ୍ୱର: ସରକାର ଶିକ୍ଷାର ମାନ ବୃଦ୍ଧି ପାଇଁ ଯୋଜନା ଯୋଜନା କରୁଛନ୍ତି । ଏହି ଯୋଜନା ଏବଂ ପିଲାମାନଙ୍କ ଭବିଷ୍ୟତ ପାଇଁ କେତେ ଦୂର କାର୍ଯ୍ୟକାରୀ ହେଉଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ପ୍ରାଥମିକ ବିଦ୍ୟାଳୟରେ । ପ୍ରାଥମିକ ସ୍କୁଲ ଛାତ୍ରୀ ପରିବା କାଟିବା ଭିଜୁଆଲ ଭାଇରାଲ ହୋଇଛି । ଆଉ ଏଭଳି ଏକ ଘଟଣା ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ସୁନ୍ଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି । ତୃତୀୟ ଶ୍ରେଣୀର ଛାତ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ଆଳୁ କାଟୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କାହିଁକି ଓ କେଉଁ ପରିସ୍ଥିତିରେ ସ୍କୁଲ ଛାତ୍ରୀ ପରିବା କାଟୁଛନ୍ତି ତାହା ଅସ୍ପଷ୍ଟ ରହିଥିବାବେଳେ ସ୍କୁଲର ଶିକ୍ଷକଙ୍କ ଭୁମିକା ସନ୍ଦେହ ଘେରକୁ ଆସିଛି । କାହିଁକି କୁନିକୁନି ପିଲା ପାଠ ପଢିବାକୁ ସ୍କୁଲକୁ ଯାଇଥିବାବେଳେ ସେମାନଙ୍କୁ ଆଳୁ ଓ ପରିବା କାଟିବା ପାଇଁ କୁହାଗଲା ?

କଣ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରି ଏପରି କଥା କିପରି ଜାଣିପାରିଲେ ନାହିଁ । ଏହି ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ କିଛି ସ୍ପଷ୍ଟିକରଣ ଦେଇନଥିବାବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ମଧ୍ୟାହ୍ନ ଭୋଜନ ପାଇଁ ଆଳୁ ନ କାଟିଲେ ପ୍ରଧାନ ଶିକ୍ଷୟତ୍ରୀ ଦେଉଛନ୍ତି ମାଡର ଧମକ ବୋଲି ଅଭିଯୋଗ ମଧ୍ୟ ହୋଇଛି । ତେବେ ଏପରି ସାଙ୍ଘାତିକ ଅଭଯୋଗ ଆସିବା ପରେ ଜିଲ୍ଲା ବାଲେଶ୍ୱର ଶିକ୍ଷାଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶ୍ନ ଉଠୁଛି ସରକାରୀ ସ୍କୁଲରେ କିଭଳି କୁନି କୁନି ପିଲାଙ୍କୁ ପାଠ ନପଢାଇ ମଧ୍ୟାହ୍ନ ଭୋଜନ କାମରେ ଲଗାଇଲେ । ପିଲାଙ୍କ ଭବିଷ୍ୟତ ସହ ଖେଳଖେଳୁଛନ୍ତି ସ୍କୁଲର ଶିକ୍ଷକ । ଘଟଣାର ତଦନ୍ତ ସହ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।