OnaKhabar

୨୭୧ କଫ୍ ସିରପ ଜବତ : ୩ ଗିରଫ

30

ପଦ୍ମପୁର : ଉପଖଣ୍ଡ ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ବହୁ ପରିମାଣରେ କଫ ସିରପ ଜବତ କରାଯାଇଛି । ଘଟଣାରେ ଗୋଟିଏ କାର ସହ ୩ ଜଣଙ୍କୁ ଗିରଫ କରାଯାଇଛି ।
ଗାଇସିଲେଟ ଥାନା ଅଧିକାରୀ ଏଚ୍‌ବି ଗଡତିଆ, ଏଏସ୍‌ଆଇ ଜେ.ସେଟଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଥାନା ଅଧୀନସ୍ଥ ଅଇଲାଉଟା ଗ୍ରାମର ହରିଶ୍ଚନ୍ଦ୍ର ସାହୁ ଓ କଠଉମାଲ ଗ୍ରାମର କପିଳ ସାହୁ ଏକ କାରରେ ୨୫୧ ବୋତଲ ଏସକଫ୍ ସିରପ ନେଉଥିବାବେଳେ ପୁଲିସ ଜବତ କରିଛି । ସେହିପରି କଠଉମାଲ ଗ୍ରାମର ବାବୁଲାଲ ସାହୁଙ୍କ ଠାରୁ ୨୦ ବୋତଲ ଏସକଫ୍ ସିରପ, ୨ ଷ୍ଟ୍ରିପ ଅଲପ୍ରାୱିନ ନିଶା ଟାବଲେଟ, ଗୋଟିଏ ମୋବାଇଲ ଜବତ କରାଯାଇଛି । ଏନେଇ ଗାଇସିଲେଟ ଥାନାରେ ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଗାଇସିଲେଟ ଥାନା ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।