OnaKhabar

ଭାରତରତ୍ନ : ନୂଆ ବିବାଦ ଛିଡା କଲେ ଶ୍ରୀକାନ୍ତ

201

ଭୁବନେଶ୍ୱର : ଭାରତରତ୍ନ ନେଇ ବରିଷ୍ଟ ରାଜନେତା ଶ୍ରୀକାନ୍ତ ଜେନା ଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି | ଏବେ କିଛି ଦିନ ହେଲା ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବା ପାଇଁ ପୁନଶ୍ଚ ଦାବି ଉଠିଛି | ବରିଷ୍ଟ ନେତା ଡାକ୍ତର ଦାମୋଦର ରାଉତ, ବିଜେଡି ସାଂସଦ ଓ ଅନ୍ୟମାନେ ଏହି ଦାବି ଉଠାଇଛନ୍ତି | ହେଲେ ଏକଦା ବିଜୁଙ୍କ ଖାସ ଅନୁଗତ ଥିବା ନେତା ଶ୍ରୀକାନ୍ତ ଜେନା ନୂଆ ନାମ ଉଠାଇ ବିବାଦ ଛିଡା କରିଛନ୍ତି | ଶହୀଦ  ଲକ୍ଷ୍ମଣ ନାୟକଙ୍କୁ ଭାରତରତ୍ନ ଦେବାକୁ ଯୁକ୍ତି ରଖିଛନ୍ତି | ଓଡିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଆଣିବା ଓ କେନ୍ଦ୍ର ସରକାରଙ୍କୁ ଲେଖିବା ପାଇଁ ଦାବି କରିଛନ୍ତି | ଏଥିନେଇ ଶ୍ରୀ ଜେନା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି | ହଠାତ ଶ୍ରୀ ଜେନାଙ୍କ ଏହି ଆଦିବାସୀ ତୀର ରାଜ୍ୟ ରାଜନୀତିରେ ନୂଆ ମୋଡ଼ ନେଇଛି |