OnaKhabar

୫୦ବର୍ଷ ବୟସ୍କା ମହିଳାଙ୍କ ସହ ଗଣଦୁଷ୍କର୍ମ

24

ଗୁଜୁରାଟ : ଦେଶରେ ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ଗୁଜୁରାଟ ବନାସକାଣ୍ଠା ଜିଲ୍ଲାରେ ଦୁଇ ଜଣ ବ୍ୟକ୍ତି ୫୦ବର୍ଷ ବୟସ୍କା ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବାର ସଙ୍ଗୀନ ଅଭିଯୋଗ ହୋଇଛି । ମହିଳାଙ୍କୁ ଦୁଇ ଜଣ ବ୍ୟକ୍ତି ସାମାଜିକ ବାସନ୍ଦରୁ ରକ୍ଷା କରିବାକୁ ପ୍ରଲୋଭନ ଦେଖାଇ ଏଭଳି ଭାବେ ଫସାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ପୀଡିତା ମହିଳାଙ୍କ ପୁଅ ଅନ୍ୟ ଜାରିର ଝିଅ ସହ ପ୍ରେମ ବିବାହ କରିଥିଲେ । ବିବାହ ପରେ ତାଙ୍କ ପରିବାରକୁ ସମାଜରୁ ବାସନ୍ଦ କରାଯାଇଥିଲା । ସେମାନଙ୍କୁ ନିଆଁ ପାଣି ମଧ୍ୟ ବନ୍ଦ କରାଯାଇଥିଲା । ଏହାର ଫାଇଦା ଉଠାଇ ତାଙ୍କ ଗାଁର ଦୁଇ ଜଣ ବ୍ୟକ୍ତି ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଜଣାପଡିଛି । ଅଭିଯୁକ୍ତ ଦ୍ବୟ ତାଙ୍କ ପରିବାରକୁ ସାମାଜିକ ବାସନ୍ଦରୁ ମୁକ୍ତି ଦେବା ପାଇଁ କହି ତାଙ୍କ ସହ ଗଣଦୁଷ୍କର୍ମ କରିଥିବା ପୀଡିତା ମହିଳା ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଦୁଇ ଜଣ ମହିଳାଙ୍କ ଜାତିର ବୋଲି ପୋଲିସ ସୂଚନା ଦେଇଛି । ଦୁଇ ଅଭିଯୁକ୍ତଙ୍କ ବୟସ ପ୍ରାୟ ୬୫ବର୍ଷ ହେବ । ଘଟଣା ପରେ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି |