OnaKhabar

ସୁନା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ

5

ସୁନ୍ଦରଗଡ଼: ଗତକାଲି ରାତିରେ ରାଉରକେଲାରେ ଜଣେ ସୁନା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଶରୀରର ୫ଟି ସ୍ଥାନରେ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ବ୍ୟବସାୟୀଜଣଙ୍କୁ ଚିକିତ୍ସା ପାଇଁ ଆଇଜିଏଚରେ ଭର୍ତ୍ତି କରାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଜଣେ ସୁନା ବ୍ୟବସାୟୀ ସେକ୍ଟର ୫ର ସୁନା ଦୋକନରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ସେହି ସମୟରେ ମହତାବ ରୋଡ଼ରେ କିଛି ଦୁର୍ବୃତ୍ତ ଆସି ଛୁରା ମାଡ଼ କରିଥିଲେ । ତାଙ୍କ ଶରୀରର ୫ଟି ସ୍ଥାନରେ ଛୁରାମାଡ଼ କରାଯାଇଛି । ଘଟଣା ଭିଆଇ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ସୁନା ବ୍ୟବସାୟୀଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ସୁନା ବ୍ୟବସାୟୀ ଜଣକ ହେଲେ ବିନାୟକ ପ୍ରସାଦ । ପ୍ଲାଣ୍ଟ ସାଇଟ ପୋଲିସ ପହଂଚି ତନାଘନା ଆରମ୍ଭ କରିଛି ।

ଟ୍ରକ୍ ଧକ୍କାରେ ଛାତ୍ରୀ ମୃତ