OnaKhabar

ଆୟୋଧ୍ୟା ମାମଲାରେ ପୁନଃବିଚାର ଆବେଦନ: ୫ ଏକର ଜମି ଉପରେ ପୁନଃ ନିଷ୍ପତ୍ତି ନେବ ସୁନ୍ନୀ ୱାଖଫ ବୋର୍ଡ

31

ନୂଆଦିଲ୍ଲୀ: ଆୟୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ବିରୋଧରେ ପୁନଃବିଚାର ଆବେଦନ ଦାଖଲ କରିବା ନିଷ୍ପତ୍ତି ପରେ ସମସ୍ତ ନଜର ସୁନ୍ନୀ ସେଣ୍ଟ୍ରାଲ ବୋର୍ଡର ନଭେମ୍ବର ୨୬ରେ ହେବାକୁ ଥିବା ବୈଠକ ଉପରେ ରହିଛି । ୱଖଫ ବୋର୍ଡ ବିବାଦୀୟ ଜମି ମାମଲାରେ ମୁଖ୍ୟ ପକ୍ଷ । ଆଗାମୀ ବୈଠକରେ ୱାଖଫ ବୋର୍ଡ ଅଦାଲତଙ୍କ ଆଦେଶ ସଠିକ ପାଳନ ପାଇଁ  ଆଇନଗରତ ରାୟ ମାଗିଛନ୍ତି, ଏହା ଉପସ୍ଥାପନ ହେବ । ଏହା ପୂର୍ବରୁ ଫଇସଲାକୁ ସ୍ୱାଗତ କରି ସ୍ପଷ୍ଟ ଭାବେ କହିଥିଲା ଯେ, ପୁନଃବିଚାର ଆବେଦନ କରିବେ ନାହିଁ । ୱାଖଫ ବୋର୍ଡଙ୍କ ଚେୟାରମ୍ୟାନ ଜାଫର ଫାରୁକୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ, ସୁପ୍ରିମକୋର୍ଟଙ୍କ ଫଇସଲା ପାଳନ କରିବା ପାଇଁ କିଭଳି ପଦକ୍ଷେପ ନିଆଯିବା ଦରକାର ।
ୱାଖଫ ବୋର୍ଡ ବୈଠକରେ ସୁପ୍ରିମକୋର୍ଟଙ୍କ ଫଇସଲା ଅନୁସାରେ ଅଯୋଧ୍ୟାରେ ମସଜିଦ ନିର୍ମାଣ କରିବା ଲାଗି ୫ ଏକର ଜମି ନେବା ପ୍ରସଙ୍ଗରେ ମଧ୍ୟ ନିଷ୍ପତ୍ତି ହେବ । ସୁପ୍ରିମକୋର୍ଟ ନଭେମ୍ବର ୯ରେ ଅଯୋଧ୍ୟାର ବିବାଦୀୟସ୍ଥଳରେ ମନ୍ଦିର ଓ ୱାଖଫ ବୋର୍ଡକୁ ଅନ୍ୟ କୌଣସି ସ୍ଥାନରେ ମସଜିଦ ନିର୍ମାଣ କରିବାକୁ ୫ ଏକର ଜମି ଦେବାକୁ ରାୟ ଶୁଣାଇଥିଲେ । ୱାଖଫ ବୋର୍ଡର ଏକ ସୂତ୍ର ଅନୁସାରେ, ଆମେ ଅଦାଲତର ନିଷ୍ପତ୍ତି ଅନୁସାରେ ୫ ଏକର ଜମିନ ନେଇ ଅଯୋଧ୍ୟା ବିବାଦକୁ ଶେଷ କରିବା ପକ୍ଷରେ ଅଛୁ । ଏଥିପାଇଁ ୱାଖଫ ବୋର୍ଡ ନଭେମ୍ବର ୨୬ର ବୈଠକରେ ସକରାତ୍ମକ ବାର୍ତ୍ତା ପଠାଇବା ପାଇଁ ଯୋଜନା କରୁଛି ।