OnaKhabar

ଟ୍ରକ୍ ଧକ୍କାରେ ଛାତ୍ରୀ ମୃତ

110

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ବିଟିଏମ ବାଇପାସ ନିକଟରେ ଦୁଇଜଣ ଛାତ୍ରୀଙ୍କୁ ଏକ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଅନ୍ୟ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ଛାତ୍ରୀ ଜଣକ ବିଟିଏମ ସୁଲିଦିଆ ପଡାର ସ୍ୱପ୍ନା ଜେନା (୧୫) ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଡ୍ରାଇଭରକୁ କାବୁ କରି ପୁଲିସ ହସ୍ତାନ୍ତର କରିବାସହ ଜାତୀୟ ରାଜପଥ ଏନ୍‌ଏଚ୍‌-୪୯ ଓ ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରିଛନ୍ତି । ଫଳରେ ଝାରସୁଗୁଡାରୁ ରାୟଗଡ଼ ଓ ରାଉରକେଲା ପଟେ ଯାତାୟାତ ଠପ ହୋଇଛି । ଖବର ଲେଖିବା ପର୍ଯ୍ୟନ୍ତ ଘଟଣାସ୍ଥଳକୁ ବିଟିଏମ ଫାଣ୍ଡି ପୁଲିସ ପହଞ୍ôଚ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ହେଁ କ୍ଷତିପୂରଣ ଦାବି ସହ ବାରମ୍ବାର ଦୁର୍ଘଟଣାରେ ପ୍ରାଣ ହାନୀ ଘଟଣାର ପ୍ରତିବାଦରେ ଲୋକେ ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁଯାୟୀ, ବିଦ୍ୟାଳୟ ଛୁଟି ହେଲାପରେ ଛାତ୍ରୀ ଦ୍ୱୟ କଣ୍ଟାପାଲି ପଟୁ ବିଟିଏମ ପଟେ ଆସୁଥିଲେ । ଏହି ସମୟରେ ଦୃତ ଗତିରେ ସମ୍ବଲପୁର ପଟୁ ସୁନ୍ଦରଗଡ଼ ଯାଉଥିବା ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସ୍ୱପ୍ନାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି ।