OnaKhabar

୯ ମାସରେ୧୮୬୫ ବଳାତ୍କାର,ଅଧା ହେଉଛନ୍ତି ନାବାଳିକା

46

 

ଭୁବନେଶ୍ୱର : ଓଡ଼ିଶାରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବଢି ବଢି ଚାଲିଛି | ବଳାତ୍କାର ଭଳି ଉଦବେଗ ଜନଙ୍କ ଘଟଣା ଚିନ୍ତାର ବିଷୟ ହୋଇଛି | ବିଶେଷ କରି ନାବାଳିକା ବଳାତ୍କାର ସବୁଠୁ ଅଧିକ ହେଉଥିବା ଦେଖାଯାଉଛି | ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ୯ ମାସରେ ୧୮୬୫ଟି ବଳାତ୍କାର ଘଟଣା ଘଟିଛି | ଏଥିରେ ୯୫୬ ଜଣ ନାବାଳିକା ରହିଛନ୍ତି ।
ନବଜାତ ଶିଶୁ କନ୍ୟା ଠାରୁ ଆରମ୍ଭ କରି ବୃଦ୍ଧି ଯାଏଁ ଅନେକ ବଳାତ୍କାରର ଶିକାର ହେଉଛନ୍ତି । ଉପଯୁକ୍ତ ଦଣ୍ଡ ନ ମିଳିବା କାରଣରୁ ଏଭଳି ଜାନୁଆର ମାନଙ୍କର ସାହସ ଦିନକୁ ଦିନ ବଢିବାରେ ଲାଗିଛି । ବଳାତ୍କାର ଭଳି ଘୃଣ୍ୟ କାମ ଆମ ସମାଜରେ ଏକ ସାଧାରଣ କଥା ହୋଇପଡ଼ିଲାଣିି ରାଜ୍ୟରେ ।

ଏଥର ବିଧାନସଭାରେ ନାରୀ ସୁରକ୍ଷା ନେଇ ଅନେକ ପ୍ରଶ୍ନ ଉଠିଛି | ବିରୋଧୀ ସରକାରଙ୍କୁ ଘେରିଛନ୍ତି |
ଓଡ଼ିଶାରେ ନାରୀ କେତେ ସୁରକ୍ଷିତ ରହିଛନ୍ତି ସେ ନେଇ ବିରୋଧୀ ଦଳଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯେଉଁ ତଥ୍ୟ ରଖିଛନ୍ତି ତାହା ବେଶ ଉଦବେଗ ଜନକ |ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଅର୍ଥାତ ପ୍ରଥମ ୯ ମାସରେ ୧୮୬୫ଟି ବଳାତ୍କାର ହୋଇଛି । ସେମାନଙ୍କ ଭିତରେ ୯୫୬ ଜଣ ନାବାଳିକା ରହିଛନ୍ତି । ଏହା ଛଡ଼ା ୭,୭୦୬ ଜଣ ନାରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି ଏବଂ ୩୩୭ ଜଣ ଯୈାତୁକ ନିର୍ଯ୍ୟାତନାରେ ପ୍ରାଣ ହରାଇଛନ୍ତି ବୋଲି ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ ରଖିଛନ୍ତି ।