OnaKhabar

ଆଇସିୟୁରୁ ଡିସଚାର୍ଜ ହେଲେ ନୁସରତ ଜାହାନ

26

କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାନ ହସ୍ପିଟାଲରେ ଭର୍ତ୍ତି ହୋଇଥିବାର ସୂଚନା ମିଳିଥିଲା । ନିଶ୍ୱାଃସ ନେବାରେ ଅସୁବିଧା ହେବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଆଇସିୟୁରେ ରହିଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ପରିବାର ଲୋକଙ୍କୁ ପକ୍ଷରୁ କୁହାଯାଇଥିଲା । ବଶିରହାଟ ଲୋକସଭା ଆସନରୁ ନିର୍ବାଚିତ ହୋଇ ସଂସଦକୁ ଯାଇଥିବା ନୁସରତଙ୍କୁ ଗତରବିବାର ଦିନ ରାତି ୯.୩୦ରେ ପ୍ରଥମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜମା କାରଣରୁ ସେ ନିଶ୍ୱାଃସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେଣୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିବାର ଜଣାପଡିଥିଲା ।ତେବେ ସେ ଆଇସିୟୁରେ ଭର୍ତ୍ତି ହେବା ପରେ ଅନେକ କଥା ସୋଶାଲ ମିଡିଆରେ ଘୂରି ବୁଲିଥିଲା। ନୁସରତ କୁଆଡ଼େ ଅଧିକ ଡ୍ରଗ୍ସ ନେବାରୁ ଏଭଳି ଆଇସିୟୁରେ ଭର୍ତ୍ତି ହୋଇଥିବା କିଛି ଲୋକ ମତ ଦେଇଥିଲେ।
ହେଲେ ଏହା ଉପରେ ଆଜି ନୁସରତଙ୍କ ପରିବାର ଲୋକ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ପରିବାର ପକ୍ଷରୁ କୁହାଯାଇଛି ଯେ ଡ୍ରଗ୍ସ ଅଧିକ ସେବନ ଯୋଗୁ ନୁସରତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଯେଉଁ ଖବର ପ୍ରକାଶ ପାଇଛି, ସେଥିରେ କୌଣସି ସତ୍ୟତା ନାହିଁ।
ନୁସରତଙ୍କ ଆଜମା ରହିଛି। ତେଣୁ ସେ ରବିବାର ସନ୍ଧ୍ୟାରେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତେଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଉଭୟ ଆଇସିୟୁ ଓ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ତେଣୁ ଦୟା କରି ତାଙ୍କ ନାଁରେ ଅପପ୍ରଚାର କରା ନଯାଉ।”

ଆଇସିୟୁରେ ଭର୍ତ୍ତି ହେଲେ ନୁସରତ ଜାହାନ