OnaKhabar

କିନ୍ନରଙ୍କ ଇଷ୍ଟ ଦେବୀ ବହୁଚୋରି ଦୁର୍ଗାମାତାଙ୍କ ପୂଜା ସମ୍ପନ୍ନ

33

ବ୍ରହ୍ମପୁର: ବ୍ରହ୍ମପୁର କିନ୍ନର ମାନଙ୍କ ପକ୍ଷରୁ ଆଜି ସେମାନଙ୍କ ଇଷ୍ଟ ଦେବୀ ଦୁର୍ଗାମାତାଙ୍କ ସ୍ୱତନ୍ତ୍ର ବହୁ ଚୋରୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ବର୍ଷକୁ ଥରେ ପାଳନ କରାଯାଉଥିବା ବେଳେ ଏଥିପାଇଁ କିନ୍ନରଙ୍କୁ ନିଷ୍ଠାର ସହ ଦୀର୍ଘ ୪୦ଦିନ ରହିବାକୁ ପଡିଥାଏ। ଏବଂ ଶେଷରେ ଅର୍ଥାତ ଆଜି ନିର୍ଜଳ ଉପବାସ ରହି ବ୍ରତ ପାଳନ କରିଥାନ୍ତି। ବ୍ରହ୍ମପୁର ସହରରେ ଥିବା ସମସ୍ତ କିନ୍ନରଙ୍କ ପକ୍ଷରୁ ଏଭଳି ପୂଜାର୍ଚ୍ଚନା କରିବା ସହ ସମଗ୍ର ଜାତି ଓ ବିଶ୍ୱରେ ଶାନ୍ତି ବଜାୟ ରହିବା ଉଦ୍ଦେଶ୍ୟରେ ଏହି ପୂଜାର ଆୟୋଜନ କରାଯାଇଥିଲା। ଆଜି ଏଥିପାଇଁ କିନ୍ନରମାନେ ଭୋର ସମୟରୁ ଉଠି ନିତ୍ୟକର୍ମ ସାରି ନିଜକୁ ବେଶ ପ୍ରସ୍ତୁତ କରିଥଲେ। ପରେ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା।

ଆସନ୍ତାକାଲି ପ୍ରଥମାଷ୍ଟମୀ, ନିଆଳି ମାଧବ ମନ୍ଦିର ଚଳଚଚଂଳ