OnaKhabar

ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ଶିଶୁ ଦିବସ ପାଳନ

3

ଭୁବନେଶ୍ୱର:ଓଡିଶା ଅବସରପ୍ରାପ୍ତ ଆରକ୍ଷୀ ପଦାଧିକାରୀ କଲ୍ୟାର ସମିତି ତରଫରୁ ଗତ ୧୪ତାରିଖ ଦିନ ୭ମ ବାଟାଲିୟନ ପୋଲସି ହାଇସ୍କୁଲ ପରିସରରେ କଲ୍ୟାଣ ସମିତିର ସଭାପତି ସୂର୍ଯ୍ୟମଣି ତ୍ରିପାଠୀଙ୍କ ସଭାପତିତ୍ୱରେ ଶିଶୁ ଦିବସ ଉପଲକ୍ଷେ ବରିଷ୍ଠ ନାଗରିକଙ୍କ ଯତ୍ନ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ବିପିନ ବିହାରୀ ମିଶ୍ର,ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଡ.ସୁଧାଂଶୁ ଷଡଙ୍ଗୀ ପୋଲିସ କମିଶନର ଶ୍ରୀ ବିଜୟ ନାୟକ, ନିର୍ଦ୍ଦେଶକ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିଥି ଭାବେ ଯୋଗଦାନ କରିଥିଲେ । ଶ୍ରୀ ନୀଳମୋହ ତ୍ରିପାଠୀ, ସଂଗଠନ ସଂପାଦକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । କଲ୍ୟାଣ ସମିତି ତରଫରୁ ଭୁବନେଶ୍ୱରର ୧୩ହାଇସ୍କୁଲ ଛାତ୍ରଛାତ୍ରୀ ମାନେ ଯେଯେଙ୍କ ଯତ୍ନ ଉପରେ ପ୍ରତିଯୋଗିତା ପ୍ରାୟ ୭୦ଜଣ ଅଂଶ ଗ୍ରହଣ କରିଥିଲେ । ଅତିଥିମାନେ ସମସ୍ତ ପ୍ରତିଯୋଗୀ ମାନଙ୍କୁ କୁଳବୃଦ୍ଧ ମଧୁସୂଦନଙ୍କ ଉପରେ ଲିଖିତ ପୁସ୍ତକ ପ୍ରଦାନ କରିଥିଲେ । କଲ୍ୟାଣ ସମିତି ତରଫରୁ ୭ମ ବାଟାଲିୟନ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ମାମା ମୁର୍ମୁଙ୍କୁ ୰ସରୋଜ ମହାପାତ୍ର କ୍ରୀଡା ବୃତ୍ତି ୨୦୦୦ଟଙ୍କା,୧୦ମ ଶ୍ରେଣୀ ଛାତ୍ର ସୁଇଟ ପ୍ରଧାନ ଓ ନବମ ଶ୍ରେଣୀ ଛାତ୍ର ସୁଧୀର ମହାପାତ୍ରଙ୍କୁ ୰ଭାସ୍କର ପାଢୀ ମେଧାବୃତ୍ତି ୧୦୦୦ଟଙ୍କା ଲେଖାଏଁ ଅତିଥି ମାନେ ପ୍ରଦାନ କରିଥିଲେ । ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ ହେବାକୁ ଓ ନିଜର ବାପା,ଜେଜେ ବାପା ଓ ମା’ଙ୍କୁ ଯତ୍ନ ନେବାକୁ ଉପଦେଶ ଦେଇଥିଲେ । ଏହି ଅବସରରେ କଲ୍ୟାଣ ସମିତି ପୋଲିସ ହାଇସ୍କୁଲରେ ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । କଲ୍ୟାଣ ସମିତିର ସାଧାରଣ ସମ୍ପାଦକ ବିଜୟ କୁମାର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥବା ବେଳେ କଲ୍ୟାଣ ସମିତିର ଉପସଭାପତି ଦେବେନ୍ଦ୍ର ନାଥ ଶତପଥୀ, କ୍ରୀଡା ସଂଗଠକ ସୁବେଶ ଚନ୍ଦ୍ର ସାମଲ, କୋଷାଧ୍ୟକ୍ଷ ଉମେଶ ପଟ୍ଟନାୟକ, ବରିଷ୍ଠ ସଭ୍ୟ ସୁରେନ୍ଦ୍ର ସାହୁ ,ବିମଳ ମହାନ୍ତି, ଦେବରାଜ ସାହୁ ଆଦି ପରିଚାଳନା କରିଥିଲେ ।