OnaKhabar

ଯନ୍ତ୍ର ସାହାଯ୍ୟରେ ପିଲାଙ୍କ କାନ୍ଦଣାରୁ ଜଣା ପଡିବ ସେମାନଙ୍କର ରୋଗ ଲକ୍ଷଣ

47

ନୂଆଦିଲ୍ଲୀ: ଛୋଟ ପିଲାଙ୍କ କାନ୍ଦଣାର ଶୁଣି ସେମାନଙ୍କ ରୋଗ ସଂପର୍କରେ ଜଣାପଡ଼ିବ। ବୈଜ୍ଞାନିକମାନେ ଏଭଳି ଏକ ଯନ୍ତ୍ର ବାହାର ବାହାର କରିଛନ୍ତି ଯେଉଁଥିରେ ଆର୍ଟିଫିସିଆଲି ଇଣ୍ଟେଲିଜେନ୍ସ ରହିଛି। ଏଥିରେ ଶିଶୁର କାନ୍ଦଣାର ଶବ୍ଦ ସେମାନଙ୍କର କ’ଣ ହୋଇଛି ସହଜରେ ଅନୁମାନ କରି ହେବ। ଆମେରିକାର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଲେକ୍ଟ୍ରିକାଲ ଆଣ୍ଡ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ ଓ ଚୀନର ଅଟୋମେସନ ସଂଘ ମିଶି ଏଭଳି ଯନ୍ତ୍ର ବାହାର କରିଛନ୍ତି।
ଗବେଷକଙ୍କ କହିବା ଅନୁସାରେ ସବୁ ଶିଶୁଙ୍କ କାନ୍ଦଣା ଅଲଗା ଅଲଗା ପ୍ରକାର ହୋଇଥାଏ। କିନ୍ତୁ ସେମାନଙ୍କ କାନ୍ଦିବାର କାରଣ ସମାନ ହୋଇଥାଏ। ବୈଜ୍ଞାନିକମାନେ ଏଲଗୋରିଥିମ  ଆଧାରରେ ଏକ ସିଷ୍ଟମ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଶିଶୁଙ୍କ କାନ୍ଦିବାର କାରଣ ଖୋଜି ବାହାର କରି ପାରିବ । ଏହି ଯନ୍ତ୍ରଟି ଲାଙ୍ଗୁଏଜ ରେକଗ୍‌ନାଇଜେସନ ଏଲଗୋରିଥିମ ଭଳି କାମ କରିଥାଏ।
ପ୍ରଥମେ ଏଲଗୋରିଥିମ ଶିଶୁଙ୍କ କାନ୍ଦିବା ଶବ୍ଦର ସିଗ୍ନାଲ ବୁଝିଥାଏ। ପୁଣି ପ୍ରୋଗ୍ରାମିଂରେ ସିଗ୍ନାଲ ସହ ଶିଶୁଙ୍କ ଶବ୍ଦକୁ ମିଶାଇବା ପରେ ଶିଶୁଟି କାହିଁକି କାନ୍ଦୁଛି ତାହାର କାରଣ ମିଳିଥାଏ। ଗବେଷକଙ୍କ କହିବା ଅନୁସାରେ ଜରୁରିକାଳୀନ ପରିସ୍ଥିତିରେ ଏହି ମେସିନ ବହୁତ ଫାଇଦା ଦେଇଥାଏ।