OnaKhabar

ଅକ୍ଷିତା ମିଶ୍ର ହେଲେ ମିସ୍ ଟିନ୍ ଇଣ୍ଡିଆ-୨୦୧୯

65

ଲକ୍ଷ୍ନୌ : ଅକ୍ଷିତା ମିଶ୍ର ୨୦୧୯ ‘ମିସ୍ ଟିନ୍ ଇଣ୍ଡିଆ’ ଟାଇଟଲ ନିଜ ନାମରେ ନାମିତ କରିଛନ୍ତି। ଗତ ଅଗଷ୍ଟମାସରେ ଅଖିଳଭାରତୀୟ ସ୍ତରରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ଏହାର ସିଜନ-୪ ଗ୍ରାଣ୍ଡ ଫିନାଲେ ଦିଲ୍ଲୀ ଦ୍ୱାରକାସ୍ଥିତ ହୋଟେଲ ବିଭାନ୍ତା ତାଜରେ ଅନୁଷ୍ଠିତ ହୋଇଥିଲା। ଏଥିଲାଗି ଆୟୋଜିତ ଉତ୍ସବରେ ରାଜ୍ୟସଭା ସଦସ୍ୟ ଅମର ସିଂ ସମେତ ଅନେକ ଟିଭି କଳାକାର ଓ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିଲେ।
ଅକ୍ଷିତା ମିଶ୍ରଙ୍କ ପିତାନନ୍ଦ ଲାଲ ମିଶ୍ର ଲକ୍ଷ୍ନୌର ଏକ ଘରୋଇ କମ୍ପାନୀରେ ମାର୍କେଟିଂ ମ୍ୟାନେଜର ଭାବେ କାର୍ଯ୍ୟକରୁଥବା ବେଳେ ମା ବିନୁ ମିଶ୍ର ଏକ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି। ଅକ୍ଷିତା ଲୋରେଟୋ କନଭେଣ୍ଟ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଥିବା ବେଳେ ପ୍ରଦେଶ ଓ ନିଜ ସହର ଲାଗି ଏହି ଗୌରବ ହାସଲ କରିଛନ୍ତି।