OnaKhabar

ଆଜି ଛାଡ଼ଖାଇ; ସକାଳୁ ସକାଳୁ ଜମିଲାଣି ଭିଡ଼

29

ଭୁବନେଶ୍ୱର : ଧର୍ମ ମାସ କାର୍ତ୍ତିକ କାଲିଠାରୁ ସରିଯାଇଛି | ଆଜି ଛାଡ଼ଖାଇ , ପୁଣି ବୁଧବାର | ଯାହାକି ସମସ୍ତଙ୍କୁ ସୁହାଉଛି।ଏହାକୁ ଆଖି ଆଗରେ ରଖି ଆଜି ଆମିଷ ବଜାର ବି ଚଳଚଞ୍ଚଳ। ତେଣୁ ଘରେ ମଟନ, ଚିକେନ କି ମାଛ ହେବ ତାହା ଆଗରୁ ଫାଇନାଲ୍‌ ହୋଇ ସାରିଛି।
ରାଜଧାନୀ ଭୁବନେଶ୍ୱରର ୟୁନିଟ୍ ୪ ମାଛ ବଜାର, ଡମଣା, ଚନ୍ଦ୍ରଶେଖରପୁର ଭଳି ବିଭିନ୍ନ ବଜାରରେ ଲୋକେ ମାଛ କିଣିବାକୁ ପହଞ୍ଚିଛନ୍ତି । ସେହିପରି କଟକ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଜୟପୁର ଭଳି ସହରରେ ବି ସକାଳୁ ସକାଳୁ ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଜମିଛି । ଅନ୍ୟ ଦିନ ଅପେକ୍ଷା ଆଜି ଆମିଷ ଚାହିଦା ଅଧିକ ଥିବାରୁ ଦର କିଛିଟା ଅଧିକ ରହିଛି । ବ୍ୟବସାୟୀମାନେ ବି ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଅଧିକ ପରିମାଣର ମାଛ ଆମଦାନୀ କରିଛନ୍ତି । ସେହିପରି ଆଜି ବିଭିନ୍ନ ହୋଟେଲ୍, ରେଷ୍ଟୋରାଣ୍ଟରେ ଲୋକଙ୍କ ଭିଡ଼ ବି ଦେଖିବାକୁ ମିଳିବ ।