OnaKhabar

ବୃଦ୍ଧଙ୍କ ମୁଣ୍ଡ କାଟି ନେଲେ…..

12

ଗଜପତି : ଗଜପତି ଜିଲ୍ଲା ମୋହନା ଥାନା ମେରାମା ସୌରାସାହି ଗାଁ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା | ଏଠାରେ ଜଣେ ବୃଦ୍ଧଙ୍କୁ ହତ୍ୟା ପରେ ମୁଣ୍ଡ କାଟି ନେଇଛନ୍ତି ଦୁର୍ବୁତ୍ତ । ମୃତକ ହେଲେ ସେହି ଗାଁର ଦାସୁ ମଲ୍ଲିକ ବୋଲି ଜଣା ପଡିଛି । ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରୁଛି ।ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଦାସୁ ନିଜ ପୁଅମାନଙ୍କ ସହ ମକା ବାଡ଼ରେ କାମ କରୁଥିଲେ । କିଛି ଦୁବୃର୍ତ୍ତ ତାଙ୍କୁ ଖୋଜିବା ସହ ପୁଅକୁ ବି ପଚାରିଥିଲେ । ଏହା ପରେ ଦାସୁ ନିକଟସ୍ଥ ଜଙ୍ଗଲକୁ କୌଣସି କାମରେ ଯାଇଥିଲେ । ତେବେ ପୁଅ ମାନେ ବାପାଙ୍କୁ ଖୋଜିବା ପରେ ବାପାଙ୍କ ମୁଣ୍ଡ ବିହୀନ ମୃତଦେହ ପଡିଥିବାର ଦେଖିଥିଲେ ପୁଅ । ତେବେ ପୂର୍ବ ଶତ୍ରୁତାକୁ ନେଇ ବେଣିପଦରର କିଛି ଲୋକ ଏଭଳି କାଣ୍ଡ ଘଟାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଦୁର୍ବୁତ୍ତ କୁ ଧରିବା ଲାଗି ପୁଲିସର ତଦନ୍ତ ଜାରି ରହିଛି |