OnaKhabar

ଲତାଙ୍କ ସ୍ୱାସ୍ଥାବସ୍ଥା ଉଦ୍‌ବେଗଜନକ

25

ମୁମ୍ବାଇ: ୯୦ ବର୍ଷୀୟା ଲତା ମଙ୍ଗେସ୍‌କରଙ୍କ ସ୍ୱାସ୍ଥାବସ୍ଥା ଉଦ୍‌‌ବେଗଜନକ ରହିଛି। ତାଙ୍କର ନିସ୍ୱାଶ ନେବାରେ ସମସ୍ୟା ହେବାରୁ ଗତ ୧୦ ତାରିଖ ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବର୍ତମାନ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ବୋଲି ହସ୍ପିଟାଲ୍‌ ସୂତ୍ରରୁ ପ୍ରକାଶ।
୧୯୨୯ ସେପ୍‌ଟେମ୍ବର ୨୮ ତାରିଖରେ ଇନ୍ଦୋରରେ ଲତା ଜନ୍ମଗ୍ରହଣ କରିଥିଲେ। ନିକଟରେ ସେ ୯୦ତମ ଜନ୍ମ ଦିନ ପାଳିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଲତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଥିବା ଶୁଭେଚ୍ଛା‌ ବାର୍ତ୍ତାର ଅଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଲତା ତୁରନ୍ତ ସୁସ୍ଥ ହୋଇ ଫେରି ଆସନ୍ତୁ ବୋଲି ଅଭିନେତ୍ରୀ ହେମା ମାଲିନୀ ଟ୍ୱିଟ କରିଛନ୍ତି। ସେହିଭଳି ବିଗ୍‌ ‘ବି’ ଅମିତାଭ୍‌ ବଚନ ମଧ୍ୟ ଲତାଙ୍କ ବହୁ ସ୍ମୃତି ସମ୍ବିଳିତ ଫଟୋ ଟ୍ୱିଟ କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି।